www.samajalive.in
Wednesday, December 10, 2025
26.1 C
Bhubaneswar

ଆସିଲା ହିରୋ ଭିଡା ଭି୨ ଇ-ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋର ଇଲେକ୍ଟ୍ରିକ୍ ସହାୟକ କମ୍ପାନୀ ଭିଡା ନିଜ ନୂଆ ଭି୨ ଇ-ସ୍କୁଟର ନେଇଆସିଛି । ଭି୨ ଇ-ସ୍କୁଟର ୩ଟି ଭାରିଆଣ୍ଟରେ ଆସିଛି । ଏଥିରେ ଲାଇଟ୍, ପ୍ଲସ୍ ଓ ପ୍ରୋ ଭାରିଆଣ୍ଟ ସାମିଲ । ଏହାର ସମସ୍ତ ଭାରିଆଣ୍ଟ ଭିନ୍ନ ଭିନ୍ନ ବ୍ୟାଟେରୀ କ୍ଷମତା ସହିତ ଆସିଥାଏ । ଲାଇଟ୍ ଭାରିଆଣ୍ଟରେ ୨.୨ କେଡବ୍ଲୁଏଚର ବ୍ୟାଟେରୀ ମିଳିବ ଯାହା ୯୪ କିଲୋମିଟରର ଆଇଡିସି ରେଞ୍ଜ ଅଫର କରିଥାଏ ।

ଭିଡା ଭି୨ ଇ-ସ୍କୁଟରରେ ଲାଇଟ୍ ଭାରିଆଣ୍ଟର ଦାମ୍ ୯୬ ହଜାର ଟଙ୍କା, ପ୍ଲସ୍ ଭାରିଆଣ୍ଟ ୧.୧୫ ଲକ୍ଷ ଟଙ୍କା ଓ ପ୍ରୋ ଭାରିଆଣ୍ଟର ଦାମ୍ ୧.୩୫ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଭି୨ ଲାଇଟ ଏକ ନୂଆ ମଡେଲ୍ ଯେଉଁଥିରେ ଛୋଟ ୨.୨ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ରହିଛି ଯାହା ୯୪ କିଲୋମିଟର ରେଞ୍ଜ ପ୍ରଦାନ କରିବ । ଏଥିରେ  ୬୯ କିଲୋମିଟର ପ୍ରତି ଘଣ୍ଟାର ଟପ୍ ସ୍ପିଡ୍ ମଧ୍ୟ ମିଳିବ । ଅନ୍ୟ ୨ ଭାରିଆଣ୍ଟର ସ୍ପିଡ୍ ଯଥାକ୍ରମେ ୮୫ ଓ ୯୦ କିଲୋମିଟର ଘଣ୍ଟା ପ୍ରତି ମିଳିବ । ଭି୨ ଲାଇଟରେ କେବଳ ୨ଟି ରାଇଡିଂ ମୋଡ୍ ରାଇଡ୍ ଓ ଇକୋ ଉପଲବ୍ଧ । କମ୍ପାନୀ ସବୁ ଗାଡିରେ ୫ ବର୍ଷ ବା ୫୦ ହଜାର କିଲୋମିଟରର ଓ୍ବାର୍ଣ୍ଣିଂ ପ୍ରଦାନ କରୁଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories