www.samajalive.in
Tuesday, December 9, 2025
17.1 C
Bhubaneswar

କିଟ୍‌ରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ଦ୍ବିପାକ୍ଷିକ କ୍ରିକେଟ ଶୃଙ୍ଖଳା ଶେଷ, ଦିନିକିଆରେ ଅଷ୍ଟେଲିଆକୁ ହରାଇଲା ଭାରତ

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡ଼ିୟମରେ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ପକ୍ଷରୁ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ​ରେ ଚାଲିଥିବା ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ କ୍ରିକେଟ ଶୃଙ୍ଖଳା ଶେଷହୋଇଛି। ଗୁରୁବାର ଏକମାତ୍ର ଦିନିକିଆରେ ଭାରତୀୟ ବିଶ୍ବବିଦ୍ୟାଳୟ ଦଳ ୧୧୩ରନରେ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ ଦଳକୁ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂକରି ୪୪.୩ ଓଭରରେ ୨୯୬ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ପ୍ରାଞ୍ଜଲ ସାଇନି ୫୭, ଦିପିନ ଚିତ୍କାର ୫୧ ଓ ପାର୍ଥସାରଥୀ ନାୟକ ୪୪ରନ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କାଭ୍ୟା ସାଇନି ୫ଟି ୱିକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୨.୧ ଓଭରରେ ୧୮୩ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।ଜ୍ୟାକସନ କେଣ୍ଟ ୩୧ରନ କରିଥିଲେ। ଭାରତ ପକ୍ଷରୁ ଦିପିନ ଚିତ୍କାର,ତୁଷାର ଚୋରଡ଼ିଆ ଓ ନୀତୀଶ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଉକ୍ତ ଦ୍ବିପାକ୍ଷିକ ଶୃଙ୍ଖଳାର ଟ୍ବେଣ୍ଟି୨୦କୁ ଭାରତ ୨-୧ରେ ଜିତି ଥିଲା। ୩ୟ ଟି୨୦ ଫ୍ଳଡ ଲାଇଟ୍‌ରେ  ଖେଳା ଯାଇଥିଲା। ଏହାକୁ ଭାରତ ଜିତିଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସଂଗଠନ ସଦସ୍ୟ ତଥା ଅଷ୍ଟ୍ରେଲିଆ।

- Advertisement -

ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅଧ୍ୟକ୍ଷ ଡେଭିଡ୍‌ ଆ‌େ‌ଣ୍ଟାନି ସାମୁଡ୍‌, ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଯୁଗ୍ମ ସଚିବ ଡ. ବଲଜିତ ସିଂହ ସୁକନ, କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସରଣଜିତ ସିଂହ, ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିଟ୍‌ ଓ କିସର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ନୂର ମହମ୍ମଦ ଯୋଗ ଦେଇଥିଲେ। ଭାରତୀୟ ବିଶ୍ବବିଦ୍ୟାଳୟ ଦଳରେ ଓଡ଼ିଶା କିଟ୍‌ ବିଶ୍ବବିଦ୍ୟାଳୟରୁ ମାରୁଜୁ ପ୍ରଶାନ୍ତ ଓ ପାର୍ଥସାରଥୀ ନାୟକ, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସୂଜଲ କୁମାର ସିଂହ ପ୍ରତିନିଧିତ୍ବ କରିଥିଲେ। ଉକ୍ତ ଶୃଙ୍ଖଳା ଲାଗି ଭାରତୀୟ ବିଶ୍ବବିଦ୍ୟାଳୟ ଦଳ ମନୋନୟନ ନେଇ କିଟ୍‌କୁ ନୋଡାଲ କେନ୍ଦ୍ର ଭାବେ ଗ୍ରହଣ କରିଥିବାରୁ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘକୁ ଡ. ସାମନ୍ତ କୃତଜ୍ଞତା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories