ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନଭିସ
ଶପଥ ପୂର୍ବରୁ ବାଲାସାହେବଙ୍କ ନାଁ କହିଲେ ସିନ୍ଦେ
ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର
ଡେସ୍କ: ମୁମ୍ବାଇର ଆଜାଦ ମୈଦାନରେ ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ମରାଠୀ ଭାଷାରେ ଶପଥ ନେଇଥିଲେ।
ଫଡନାଭିସଙ୍କ ପରେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ନେବା ପୂର୍ବରୁ ସେ ବାଲାସାହେବ ଠାକରେ ଓ ଆନନ୍ଦ ଦିଘେଙ୍କ ନାମ ନେଇଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସିନ୍ଦେଙ୍କ ପରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର, ଶାହାରୁଖ ଖାନ, ସଲମାନ ଖାନ, ସଞ୍ଜୟ ଦତ୍ତ, ରଣବୀର କପୁର, ରଣବୀର ସିଂଙ୍କ ସମେତ ୨୦୦ରୁ ଅଧିକ ଭିଆଇପି ଉପସ୍ଥିତ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ମନ୍ତ୍ରୀ ଆଜି ଶପଥ ନେବେ ନାହିଁ। ତେବେ ମହାୟୁତି ମେଣ୍ଟ ଦଳ ମଧ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପଦ ବିଭାଜନ ପାଇଁ ୬-୧ ଫର୍ମୁଲା ସ୍ଥିର ହୋଇଛି। ଅର୍ଥାତ୍ ୬ ଜଣ ବିଧାୟକଙ୍କ କ୍ଷେତ୍ରରେ ଗୋଟିଏ ମନ୍ତ୍ରୀ ପଦ ମିଳିବ। ଏହା ଅଧୀନରେ ବିଜେପିକୁ ୨୦ରୁ ୨୨, ଏକନାଥ ସିନ୍ଦେ ଗୋଷ୍ଠୀକୁ ୧୨ ଏବଂ ଅଜିତ ପାୱାର ଗୋଷ୍ଠୀକୁ ୯ରୁ ୧୦ ମନ୍ତ୍ରୀ ପଦ ମିଳିପାରେ।
ଶପଥ ଗ୍ରହଣ ସମାରୋହ ପରେ ମହାଯୁତିଙ୍କ ବୈଠକ ଅନୁଷ୍ଠିତ ହେବ। ଆଗକୁ ରଣନୀତି ଓ କ୍ୟାବିନେଟ୍ ଗଠନ ନେଇ ଆଲୋଚନା ହେବ। ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।
Comments are closed.