www.samajalive.in
Monday, December 8, 2025
27.1 C
Bhubaneswar

ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଆନନ୍ଦପୁର: ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ। କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଅଧିକାରୀଙ୍କ ଉପରେ ବାଲି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ ରବିବାର ବିଳମ୍ବିତ ରାତିରେ ଜୁନିୟର ଖଣି ଅଫିସର ସୁରଜ ହେମ୍ରମ ଏବଂ ୩ ସୁରକ୍ଷା କର୍ମୀ ଚୋରା ବାଲି ଧରପଗଡ ଲାଗି ଆନନ୍ଦପୁରକୁ ଯାଉଥିଲେ। ଏତିକି ବେଳେ କିଛି ବାଲି ମାଫିଆ ତାଙ୍କ ଗାଡିକୁ ପିଛା କରିଥିଲେ ଏବଂ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏପରିକି ଲୁହା ପାଇପ ସାହାର୍ଯ୍ୟରେ ଗାଡିର କାଚ ସବୁକୁ ଭାଙ୍ଗି ଦେଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏ ନେଇ ଥାନାରେ ଏତଲା ହୋଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories