www.samajalive.in
Thursday, December 11, 2025
23.1 C
Bhubaneswar

କଳଙ୍କି ଖାଉଛି ପିପିଲି ପୌରାଞ୍ଚଳର ସ୍ୱାଗତ ତୋରଣ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଠାରେ ରାସ୍ତା କଡରେ ପଡ଼ିରହିଥିବା ଏକ ବୃହତ ସ୍ୱାଗତ ତୋରଣ ଏବେ କଳଙ୍କି ଖାଇବାକୁ ନେଇ ପୌରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ସଂପତ୍ତିର ସୁରକ୍ଷା କରିବାର ମୁଖ୍ୟ ଦାୟିତ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ହୋଇଥିବା ବେଳେ ଏହି ସ୍ୱାଗତ ତୋରଣର ସୁରକ୍ଷା ସହ ଏହାକୁ ପୁନଃ ଅବସ୍ଥାପିତ କରିବା ଦିଗରେ ବିଭାଗୀୟ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

ପିପିଲି ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସାଙ୍ଗକୁ ବାହାର ଅଞ୍ଚଳବାସୀଙ୍କୁ ସ୍ୱାଗତ କରିବାକୁ ଏହାର ମୁଖ୍ୟ ପ୍ରବେଶ ପଥ ସମେତ ଖଣ୍ଡିଆଗିରି ଠାରେ ସରକାରଙ୍କ ପକ୍ଷରୁ ୨ଟି ବୃହତ ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା। ପ୍ରତି ସ୍ୱାଗତ ତୋରଣ ବାବଦରେ ୧୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ମୋଟା ଲୁହା ଖମ୍ବ ଉପରେ ଏହି ସ୍ୱାଗତ ତୋରଣ ଲଗାଯାଇଥିଲା। ତେବେ ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାକୁ ୪ଲେନ୍‌‌ କରାଯିବା ସମୟରେ ୨୦୨୩ ମସିହା ନଭେମ୍ବର ମାସରେ ଖଣ୍ଡିଆଗିରି ଠାରେ ରାସ୍ତା ଉପରେ ଥିବା ସ୍ୱାଗତ ତୋରଣକୁ କଢା ଯାଇ ରାସ୍ତା ପାର୍ଶ୍ବରେ ଫୋପାଡି ଦିଆଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ସରିବା ପରେ ଉକ୍ତ ସ୍ୱାଗତ ତୋରଣକୁ ପୁନର୍ବାର ସେହି ସ୍ଥାନରେ ଲଗାଯିବ ବୋଲି ଏନ୍‌‌ଏସି ପକ୍ଷରୁ କୁହାଯାଇଥିଲା। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ସରିବାର ଇତି ମଧ୍ୟରେ ୯ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଉକ୍ତ ସ୍ୱାଗତ ତୋରଣକୁ ପୁନଃ ସ୍ଥାପନ କରାଯାଇନାହିଁ। ଫଳରେ ରାସ୍ତା କଡରେ ସ୍ୱାଗତ ତୋରଣ ପଡ଼ି ରହିଥିବା ବେଳେ ତାର ଚତୁଃପାର୍ଶ୍ବରେ ଛୋଟଛୋଟ ଗଛଲତା ମାଡି ଗଲାଣି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାଗତ ତୋରଣର ଲୁହା ପାଇପ ଗୁଡିକ ମାଟି ସଂସ୍ପର୍ଶରେ ଆସି କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି କିମ୍ବା କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଏହାର ଆବଶ୍ୟକ ମରାମତି ସହ ଏହାକୁ ପୁନଃ ସ୍ଥାପନ କରିବାକୁ ପୌରବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ଖୁବ୍‌‌ ଶିଘ୍ର ଏହାକୁ ପୁନଃ ସ୍ଥାପନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପିପିଲି ପୌରାଧ୍ୟକ୍ଷ ସେକ୍‌‌ ବାବୁ ପ୍ରକାଶ କରିଛନ୍ତି।

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories