www.samajalive.in
Tuesday, December 9, 2025
17.1 C
Bhubaneswar

ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ୩ ଦିନିଆ ପୁଲିସ ଡିଜି ଏବଂ ଆଇଜି ସମ୍ମିଳନୀରେ ପରିପ୍ରେକ୍ଷୀରେ ସହରକୁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ଆରମ୍ଭ ହୋଇଛି। ସହରର ଗଳିକନ୍ଦିରେ ୭୦ ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଇତି ମଧ୍ୟରେ ଖଲିସ୍ତାନ ଆତଙ୍କବାଦୀ ଗୁରପନ୍ଥସିଂହ ପନ୍ନୁର ଏକ ଭିଡ଼ିଓ ବାର୍ତ୍ତା ମିଳିବା ପରେ ପୁଲିସ ଆହୁରି ସଜାଗ ହୋଇଛି। ରାଜ୍ୟର ପୁଲିସ ଡିଜି, ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ମୁଖ୍ୟ, ଅନ୍ୟାନ୍ୟ ବରିଷ୍ଠ ପୁଲିସ କର୍ମକର୍ତ୍ତା, ସହରର ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆସୁଛନ୍ତି। ଆଜି ପୁଲିସ ବାହିନୀ ପକ୍ଷରୁ କାରକେଡ ରାଲି କରାଯାଇଛି। ଆସନ୍ତାକାଲିଠାରୁ ବିସ୍ତୃତଭାବେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯିବା ପାଇଁ ପୁଲିସ କମିଶନର ସୁରେଶ ଦେବ ଦତ୍ତ ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ, ରାଜ୍ୟ ପୁଲିସ ଏବଂ ଗୁଇନ୍ଦା ସଂସ୍ଥା ମଧ୍ୟରେ ଉତ୍ତମ ସମ୍ମନ୍ୱୟ ରଖାଯାଇ ସହରର ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସମଗ୍ର ସହର ଏବଂ ଏହାର ପାଶ୍ୱର୍ବର୍ତ୍ତି ଅଞ୍ଚଳ ଉପରେ ଗୁଇନ୍ଦା କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ସହରର ଛକ ବଜାରମାନଙ୍କରେ ବ୍ୟାପକ ପୁଲିସ ପଇଁତରା ବ୍ୟବସ୍ଥା କରାଯାଇଛି।

- Advertisement -

ଲୋକସଭା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁଥିବା ଏହି ପୁଲିସ ଡିଜି ସମ୍ମିଳନୀରେ ଯୋଗଦେବାକୁ ଇତି ମଧ୍ୟରେ କେତେକ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦର, ରାଜଭବନ ଚାରିପାଖରେ ଏବଂ ବିଜେପି କାର୍ଯ୍ୟାଳୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମଗ୍ର ସହରକୁ ଅତି ସୁନ୍ଦର ଭାବେ ସଜ୍ଜା ଯିବା କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି। ମୁଖ୍ୟରାସ୍ତାଗୁଡ଼ିକର ଉଭୟ ପାଶ୍ୱର୍ରେ ବ୍ୟାପକ ବାରିକେଡ ବ୍ୟବସ୍ଥା କରାଯିବା ସହ ସଡ଼କ ଉପରକୁ ମାଡ଼ି ଆସିଥିବା ଗଛ ଡାଳ କଟାଯାଇଛି। ଫୁଟପାଥ, ତ୍ରିକୋଣ ଅଞ୍ଚଳ ସବୁଠି ରଙ୍ଗ କରାଯାଇଛି ଏବଂ ରାସ୍ତାର ଡିଭାଇଡରଗୁଡ଼ିକୁ ସୁଷ୍ପଷ୍ଟ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories