www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଧାହେଲେ ଖଣି ଅଧିକାରୀ

କେନ୍ଦୁଝରଗଡ଼: କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ଖଣି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ। ଗିରଫ ହେଲେ ଖଣି ଅଧିକାରୀ ପଦ୍ମନାଭ ହୋତା। ଭିଜିଲାନ୍ସ ପକ୍ଷରୁ ବୁଧବାର ପଦ୍ମନାଭ ହୋତାଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ ବାସଭବନ ସମେତ ଭୁବନେଶ୍ୱର, ଭବାନୀପାଟଣା ଓ ଯାଜପୁର ଜିଲାରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ପରେ ଏକାଧିକ ଗୃହ ଓ ପ୍ଲଟ୍ ସମେତ ବିପୁଳ ପରିମାଣର ସମ୍ପତ୍ତି ଥିବା ଜଣାପଡ଼ିଛି। ଖଣି ଅଧିକାରୀଙ୍କ ନାମରେ କେନ୍ଦୁଝର ଜଗନ୍ନାଥପୁରଠାରେ ୧୦ହଜାର ବର୍ଗ ଫୁଟର ଏକ ଦ୍ୱିତଳ ପ୍ରାସାଦ ସମେତ ଭୁବନେଶ୍ୱର କରୋଡକଣ୍ଟାଠାରେ ୫୮୦୦ ବର୍ଗ ଫୁଟର ୪ମହଲା ଘର, ୨ଟି ବେନାମି ଗୃହ, ୧୪ଟି ପ୍ଲଟ, କେନ୍ଦୁଝର ଜିଲା ଘସିପୁରା ତହସିଲ ଅଧିନ ମଦନପୁରଠାରେ ୫ଏକର ଜମିରେ ନିର୍ମିିତ ଏକ ଫାର୍ମ ହାଉସ୍‌‌ ସହ ୭୦ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ, ୫୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧ଲକ୍ଷ ଟଙ୍କା ନଗଦ ଅର୍ଥ, ୩୦୦ଗ୍ରାମର ସୁନା ଠାବ କରିଥିଲା ଭିଜିଲାନ୍ସ। ସମସ୍ତ ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ଭିଜିଲାନ୍ସ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories