www.samajalive.in
Tuesday, December 9, 2025
17.1 C
Bhubaneswar

ୟୁକ୍ରେନକୁ ନାଟୋରେ ପ୍ରବେଶ ବନ୍ଦ କରିଥିଲେ ଆଞ୍ଜେଲା

ନୂଆଦିଲ୍ଲୀ : ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ । ୨୦୦୮ ମସିହାରେ ନାଟୋ ମେଣ୍ଟରେ ଯୋଗଦେବା ଲାଗି ୟୁକ୍ରେନର ଆବେଦନକୁ ବିରୋଧ କରିଥିଲେ ମେଣ୍ଟର ମହାଶକ୍ତିଶାଳୀ ନେତ୍ରୀ ଆଞ୍ଜେଲା ମାର୍କେଲ ।

୧୬ ବର୍ଷ ଲାଗି ଜର୍ମାନୀର ସର୍ବୋଚ୍ଚ ପଦବୀରେ ରହିଥିବା ଆଞ୍ଜେଲା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନେତ୍ରୀ ଭାବେ ପରିଚିତ । ୟୁରୋପରେ ଆର୍ଥିକ ସଙ୍କଟ, ୨୦୧୫ର ସ୍ଥାନାନ୍ତରଣ ସମସ୍ୟା, ୨୦୧୪ରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଦି ସମସ୍ୟା ସେ ପ୍ରତ୍ୟକ୍ଷ ଅଙ୍ଗେ ନିଭାଇଛନ୍ତି । ବର୍ଲିନରେ ବିବିସି ସହ ଏକ ସାକ୍ଷାତକାରରେ ଆଞ୍ଜେଲା କହିଛନ୍ତି ଯେ ଋଷ୍ ସହ ଜର୍ମାନୀର ଗ୍ୟାସ୍ ଚୁକ୍ତି କେବଳ ଜର୍ମାନୀର ଗ୍ୟାସ୍ କମ୍ପାନୀମାନଙ୍କୁ ସହାୟତା କରିନଥିଲା, ୨ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ମାର୍ଗ ଉନ୍ମୁକ୍ତ କରିଥିଲା ।

- Advertisement -

ଋଷ୍ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ବିଶ୍ବ ଭୋଗୁଥିବା ଆର୍ଥିକ ପରିସ୍ଥିତି ବିଶେଷତଃ ୟୁରୋପର ଆର୍ଥିକ ସଙ୍କଟ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି(ସୋମବାର) ଗ୍ରେଟ୍ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେଉଛି । ୟୁକ୍ରେନ୍ ସୀମାନ୍ତର ଶୋଚନୀୟ ପରିସ୍ଥିତି ସମ୍ପର୍କରେ ମୁଖ୍ୟତଃ ଏହି ବିଶ୍ବ ନେତା ଗଣ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରେକ୍ଷାପଟ୍ଟରେ ଆଞ୍ଜେଲା କହିଛନ୍ତି ଯେ ଯୁଦ୍ଧ ଯଦି ଆଗରୁ ଆରମ୍ଭ ହୋଇଥାନ୍ତା ତେବେ ଏହା ଆହରୁ ସାଙ୍ଘାତିକ ଓ ଭୀଷଣ ହୋଇଥାନ୍ତା, ଯାହା ସମଗ୍ର ୟୁରୋପକୁ ତଳିତଳାନ୍ତ କରିଦେଇଥାନ୍ତା । ରାଷ୍ଟ୍ରପତି ପୁଟିନ୍ ଚୁପ୍ ବସିନଥାନ୍ତେ ଏବଂ କିଛି ଭୟଙ୍କର ପଦକ୍ଷେପ ନେବାକୁ ପଶ୍ଚାତପଦ ହୋଇନଥାନ୍ତେ । ତାଙ୍କର ଏହି ନିଷ୍ପତ୍ତିକୁ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ୍ ସାରକୋଜି ମଧ୍ୟ ସମର୍ଥନ କରିଥିଲେ ।  ଏବେ ଋଷ୍ ରାଷ୍ଟ୍ରପତିଙ୍କ ପରମାଣୁ ଧମକକୁ ସେ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ଏହା ବିଶ୍ବଲାଗି ଅତ୍ୟନ୍ତ କ୍ଷତିକାରକ ହେବ ବୋଲି ଆଞ୍ଜେଲା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories