www.samajalive.in
Tuesday, December 9, 2025
16.1 C
Bhubaneswar

ମାନ୍ଧାତା ବାବା ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

ସମ୍ବଲପୁର: ସ୍ଥାନୀୟ ମାନେଶ୍ୱରସ୍ଥିତ ମାନ୍ଧାତା ବାବା ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର କବାଟରେ ଲାଗିଥିବା ତାଲାକୁ ଲୁହା ଛଡ ମାଧ୍ୟମରେ ଭାଙ୍ଗି ହୁଣ୍ଡିରୁ ଲୁଟ କରିଥିବା ଜଣାପଡ଼ିଛି। ମନ୍ଦିରରେ ଶୋଇଥିବା ୨ ଜଣ ଜଗୁଆଳି ଉଠିବା ବେଳକୁ ମନ୍ଦିର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନ ସଦର ଥାନାକୁ ଖବର ଦେବା ପରେ ସାଇନ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଛି । ମନ୍ଦିର ଟ୍ରଷ୍ଟି ବିଧାନ ଚନ୍ଦ୍ର ପଣ୍ଡାଙ୍କ କହିବା ଅନୁଯାୟୀ, ହୁଣ୍ଡିରେ ଆନୁମାନିକ ୨ ଲକ୍ଷରୁ ଊର୍ଦ୍ଧ୍ବ ଦାନ ଟଙ୍କା ରହିଥିଲା । ଏଥି ସହ କିଛି ମୂଲ୍ୟବାନ ସାମଗ୍ରୀ ସୁନା, ରୂପା ଆଦି ମଧ୍ୟ ରହିଥିଲା । ଅପରପକ୍ଷରେ ମନ୍ଦିରରୁ ଚୋରି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ଢ଼ିଲା ପାଟ୍ରୋଲିଂ ପାଇଁ ହିଁ ଚୋରଙ୍କ ସାହସ ବହୁଗୁଣିତ ହୋଇଛି ବୋଲି ଅଞ୍ଚଳବାସୀ ଶାନ୍ତି ସାହୁ, ରାମକୃଷ୍ଣ ବେହେରା, ଶିଲା ଯୋଗେନ୍ଦ୍ର, ଧ୍ରୃବ ରଣା, ରୂପଣ ଭୋଇଙ୍କ ସମେତ ମନ୍ଦିରର ପୂଜକମାନେ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories