www.samajalive.in
Monday, December 8, 2025
24.1 C
Bhubaneswar

୧୦ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର, ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ବଢିବ ଶୀତ..

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ହେଉଛି ପାରଦ। ରାଜ୍ୟରେ ଶୁକ୍ରବାର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡି ଓ କୋରାପୁଟରେ ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣା, ଝାରସୁଗୁଡା -୧୨, ରାଉରକେଲା ୧୨.୧ ଡିଗ୍ରୀ, ନବରଙ୍ଗପୁର ୧୨.୫, ଅନୁଗୁଳ, ହୀରାକୁଦ ୧୨.୬, ବଲାଙ୍ଗୀର ୧୩.୨, ରାୟଗଡା ୧୩.୬, କଟକ ୧୬.୪, ଭୁବନେଶ୍ୱର ୧୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଛି । ସକାଳେ ଫୁଲବାଣୀ ସହ ଅନେକ ସ୍ଥାନରେ କୁହୁଡି ମାତ୍ରା କମ୍‌ ଥିଲା ମାତ୍ର ଶୀତ ଅନୁଭୂତ ହେଉଥିଲା । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସହ ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ବଢିବା ସହ କୁହୁଡି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories