www.samajalive.in
Saturday, December 6, 2025
26.1 C
Bhubaneswar

ଇନରହ୍ୱିଲ କ୍ଲବର ପଶୁ ସେବା ଓ ସହାୟତା

ସମ୍ବଲପୁର: ସମ୍ବଲପୁରର ଇନରହ୍ୱିଲ କ୍ଲବର ହେଣ୍ଡଲୁମ ସିଟି ପକ୍ଷରୁ ପଶୁ ସେବା କାର୍ଯ୍ୟ ସେବା ଓ ସହାୟତା କାର୍ଯ୍ୟକ୍ରମ କରାଯାଇଛି। ବୁଧବାର ଆୟୋଜିତ ଏହି କାର୍ଯ୍ୟକ୍ରମ ଅଇଁଠାପାଲି ସ୍ଥିତ ‘ସେବା କୁଞ୍ଜ’ ଅନୁଷ୍ଠାନରେ ହୋଇଥିଲା। ସେବା କୁଞ୍ଜ ଅନୁଷ୍ଠାନରେ ବୁଲା ଗାଈ, କୁକୁର ଆଦି ଙ୍କୁ କୌଣସି ଦୁର୍ଘଟଣାରେ ଆହତ ହେଲେ ନିଆଯାଇ ସେବା ସୁଶୃଷା କରାଯାଇଥାଏ। ଏଣୁ ଆହତ ପଶୁ ମାନଙ୍କୁ ସେବା କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶୁ ମାନଙ୍କ ପାଇଁ ଘାସ, ଫଳ, ପନିପରିବା, ଚାଉଳ ଆଦି କ୍ଲବ ପକ୍ଷରୁ ଦାନ ଦିଆଯାଇଥିଲା। ଏଥି ସହ ଆହତ ପଶୁ ମାନଙ୍କର ଉତ୍ତମ ଚିକିତ୍ସା ଓ ଭରଣ ପୋଷଣ ପାଇଁ କ୍ଲବ ତରଫରୁ ୧୩ ହଜାର ଟଙ୍କା ଅନୁଷ୍ଠାନକୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ କ୍ଲବର ସଭାପତି ଜ୍ୟୋତିମଞ୍ଜରୀ ବରିହା, ସମ୍ପାଦିକା ଜୟଶ୍ରୀ ରାୟଗୁରୁ, ସୁଜାତା ପାଢ଼ୀ, ମମତା ବାରିକ, ସନ୍ଧ୍ୟାରାଣୀ ମିଶ୍ର, ସ୍ୱାତି ପଟ୍ଟନାୟକ, ସଶ୍ମିତା ସାହୁ ଓ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories