www.samajalive.in
Sunday, December 7, 2025
15.1 C
Bhubaneswar

ବୁଥ ବାହୁଡ଼ା ମତ: ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଅସ୍ପଷ୍ଟ !

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ସରକାର ଗଠନ କରିବ ମହାୟୁତି। ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟକୁ ମିଳିବ ବହୁମତ। ସେହିପରି ଝାଡ଼ଖଣ୍ଡରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଏଠାରେ ସ୍ଥିତି ଅସ୍ପଷ୍ଟ ରହିଛି। ଏଭଳି ତଥ୍ୟ ମିଳିଛି ବୁଥ ବାହୁଡ଼ା ମତରୁ। ବୁଧବାର ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତର ଫଳାଫଳକୁ ସାର୍ବଜନୀନ କରାଯାଇଛି।

ମାଟ୍ରାଇଜ ସଂସ୍ଥା ଦ୍ଵାରା ହୋଇଥିବା ଏକଜିଟ ପୋଲ ଫଳାଫଳରୁ ଜଣାଯାଇଛି ଯେ, ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ବହୁମତ ପାଇଁ ୧୪୫ ଆସନ ଦରକାର ପଡ଼ୁଥିବାବେଳେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟକୁ ୧୫୦ରୁ ୧୭୦ ଆସନ ମିଳିବ। ସେହିପରି ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ନେତୃତ୍ଵାଧୀନ ମହା ବିକାଶ ଅଘାଡ଼ି(ଏମଭିଏ)କୁ ୧୧୦ରୁ ୧୩୦ ଆସନ ମିଳିବ। ଅନ୍ୟାନ୍ୟ ଦଳକୁ ୮ରୁ ୧୦ ଆସନ ମିଳିବ ବୋଲି ଆକଳନ କରାଯାଇଛି। ପି-ମାର୍କ ସଂସ୍ଥା ଆକଳନ ଅନୁସାରେ, ମହାୟୁତିକୁ ୧୩୭ରୁ ୧୫୭ ଏବଂ ଏମଭିଏକୁ ୧୨୬ରୁ ୧୪୬ ଆସନ ମିଳିବ। ପିପୁଲ୍ସ ପଲ୍ସ ନାମକ ସଂସ୍ଥାର ବୁଥ ବାହୁଡ଼ା ମତ କହୁଛି ମହାୟୁତିକୁ ୧୭୫ରୁ ୧୯୫ ଏବଂ ଏମବିଏକୁ ୮୫ରୁ ୧୧୨ ଆନ ମିଳିବ।

- Advertisement -

ସେହିପରି ଝାଡ଼ଖଣ୍ଡରେ ମୋଟ ୮୧ ଆସନ ମଧ୍ୟରୁ ସରକାର ଗଠନ ଲାଗି ୪୧ ଆସନ ଦରକାର। ଏଠାରେ ଜେଭିସିର ଏକଜିଟ ପୋଲ୍‌ ଅନୁସାରେ, ବିଜେପି ନେତୃତ୍ଵାଧୀନ ମେଣ୍ଟ ଦଳକୁ ୪୦ରୁ ୪୪ ଆସନ ଏବଂ ଜେଏମଏମ ନେତୃତ୍ଵାଧୀନ ମେଣ୍ଟକୁ ୩୦ରୁ ୪୦ ଆସନ ମିଳିବ। ସେହିପରି ମାର୍ଟାଇଜ ବୁଥ ବାହୁଡ଼ା ମତ ଅନୁସାରେ, ବିଜେପି ନେୃତ୍ଵାଧୀନ ମେଣ୍ଟ ଦଳଗୁଡ଼ିକ ୪୨ରୁ ୪୭ ଆସନ ପାଇବାକୁ ଥିବାବେଳେ ଜେଏମଏମ ନେତୃତ୍ଵାଧୀନ ମେଣ୍ଟ ୩୫ରୁ ୩୮ ଆସନ ପାଇବେ। ପିପୁଲ୍ସ ପଲ୍ସ ଅନୁସାରେ ବିଜେପି ନେତୃତ୍ଵାଧୀନ ମେଣ୍ଟ ୪୪ରୁ ୫୩ ଏବଂ କଂଗ୍ରେସ ନେତୃତ୍ଵାଧୀନ ମେଣ୍ଟ ୨୫ରୁ ୩୭ ଆସନ ଅକ୍ତିଆର କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories