www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ବରଗଡରେ ଧାନ କିଣା

ଭୁବନେଶ୍ୱର :  ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ କିଣା। ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିଆରେ ସ୍ବୟଂକ୍ରିୟ ଶସ୍ୟ ମାନ ପରୀକ୍ଷଣ ଯନ୍ତ୍ର ଲଗାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଧାନର ଆର୍ଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଦଲାଲି, କଟଣି ଛଟଣିକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯାଇପାରିବ । ସେହିପରି ୨୨ ତାରିଖରୁ ସମ୍ବଲପୁର ଜିଲାରୁ ଧାନକିଣା ଆରମ୍ଭ ହେବ। ତେବେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା (ମୋଟ ୩୧୦୦ ଟଙ୍କା) ଦେବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲା ସୋହେଲାରୁ ଏହି ଅର୍ଥ ପ୍ରଦାନ ଚାଷୀଙ୍କୁ ହସ୍ତାନ୍ତର କରାଯିବା ଡିସେମ୍ବର ୭ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କ୍ବିଣ୍ଟାଲ ପିଛା ବକେୟା ୮୦୦ ଟଙ୍କା ଲେଖାଏଁ ପାଇବେ। ଅନ୍ୟପକ୍ଷରେ କଟ୍‌ଣି ଛଟଣିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଜିଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଲାଗି ମଣ୍ଡିରେ ନୋଡାଲ ଅଧିକାରୀ, ସୁପରଭାଇଜର ନିଯୁକ୍ତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories