www.samajalive.in
Monday, December 8, 2025
27.1 C
Bhubaneswar

‘ପଥେର୍ ପାଞ୍ଚାଲି’ର ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଉମା ଦାଶଗୁପ୍ତାଙ୍କର ପରଲୋକ

କୋଲକାତା : ବିଶ୍ବ ପ୍ରସିଦ୍ଧ ବେଙ୍ଗଲୀ ଚଳଚ୍ଚିତ୍ର ‘ପଥେର୍ ପାଞ୍ଚାଲି’ର ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଉମା ଦାଶଗୁପ୍ତାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୫୫ରେ ନିର୍ମିତ ‘ପଥେର୍ ପାଞ୍ଚାଲି’ ଚଳଚ୍ଚିତ୍ର ସତ୍ୟଜିତ୍ ରାୟଙ୍କର ଅନ୍ୟତମ ଶ୍ରେଷ୍ଠ କୃତି ଯାହା ବିଶ୍ବବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରରେ ମାତ୍ର ୧୫ ବର୍ଷ ବୟସରେ ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଉମା ଦାଶଗୁପ୍ତା ଦର୍ଶକ ମଣ୍ଡଳୀଙ୍କୁ ଚମତ୍କୃତ କରିଦେଇଥିଲେ । ‘ପଥେର୍ ପାଞ୍ଚାଲି’ ଭାରତୀୟ ସିନେମା ଇତିହାସରେ ସର୍ବାଧିକ ଚର୍ଚ୍ଚିତ ସିନେମା ଏବଂ ଏହା ସମଗ୍ର ବିଶ୍ବରେ ଭାରତର ସିନେମା ଶିଳ୍ପ କେତେ ସୃଜନଶୀଳ ତାହା ପ୍ରମାଣିତ କରିଥିଲା । ସିନେମାରେ ଉମା ଦାଶଗୁପ୍ତାଙ୍କ ଅଭିନୟ ଅତି ଚମତ୍କାର ହୋଇଥିଲା । ନିଜ ପ୍ରଥମ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ ଉମା । ତେବେ ଗତ କିଛି ଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ଉମା ଦାଶଗୁପ୍ତା । ତାଙ୍କ ଦେହାନ୍ତ ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

- Advertisement -

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories