www.samajalive.in
Wednesday, December 10, 2025
18.1 C
Bhubaneswar

ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’

ସମ୍ବଲପୁର: ମତ୍ସ୍ୟ ପାଳନକୁ ଅଗ୍ରାଧିକାର ଦେବା ସହ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ ଆରମ୍ଭ କରିଛନ୍ତି। ଆଗାମୀ ବର୍ଷମାନଙ୍କରେ ମତ୍ସ୍ୟ ଉତ୍ପାଦନ ସହ ମାଛ ରପ୍ତାନୀକୁ ଦୁଇ ଗୁଣା କରିବା ଏବଂ ମତ୍ସ୍ୟ ବିଭାଗ କ୍ଷେତ୍ରରେ ରୋଜଗାରର ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ବିହିତ ପଦକ୍ଷେପ ନେଇଛନ୍ତି ବୋଲି ସୋମବାର ସମ୍ବଲପୁର ଜିଲାର ବହିଦାର ନୂଆପାଲି ଠାରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର ଏକ ନୂତନ ଗୃହ ଉଦଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ମାଛ ଚାଷ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଏହି ନୂତନ ଭବନରେ ମତ୍ସ୍ୟ ବିଭାଗର ଜିଲା ଓ ଜୋନାଲ କାର୍ଯ୍ୟାଳୟ ସହିତ ଆକ୍ୱା ଲ୍ୟାବ୍ ଭବନ ମଧ୍ୟ ରହିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ମାଛର ସ୍ଥାନ ସ୍ୱତନ୍ତ୍ର। ଅପାର ସମ୍ଭାବନାର ଅଞ୍ଚଳ ହୀରାକୁଦ ଓ ଆଖପାଖ ଅଞ୍ଚଳରେ ଉତ୍ପାଦନ ହେଉଥିବା କୁଡୋ ମାଛର ଚାହିଦା ରାଜ୍ୟ ବାହାରେ ଅଧିକ ରହିଛି। ସେହି ମାଛ ଚାଷକୁ ପ୍ରୋତ୍ସାହନ ଦେବା ଦିଗରେ ମଧ୍ୟ ଆଜିର ନୂତନ ଭବନ ସହାୟକ ହେବ। ଓଡ଼ିଶାରେ ପୂର୍ବ ସରକାର ନାମକୁ ମାତ୍ର ଏହି ସବୁ ବିଭାଗ କାର୍ଯ୍ୟ ପରିଚାଳନା କରୁଥିଲେ। ଏହି କାରଣରୁ ମତ୍ସ୍ୟଚାଷୀ ମାନେ ଚାଷର ପ୍ରତ୍ୟକ୍ଷ ଲାଭରୁ ବଞ୍ଚିତ ହେଉଥିଲେ। ମାତ୍ର ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହେବା ପରେ ରାଜ୍ୟ ଅର୍ଥନୀତିରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଚାଷ ପାଇଁ ବ୍ୟାପକ ସରକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ବଲପୁର, ଦେବଗଡ଼଼, ବରଗଡ଼ ଜିଲାରେ ମାଛ ଚାଷକୁ ଦୁଇ ଗୁଣିତ କରିବା ପାଇଁ ଆଜି ଏପରି ପଦକ୍ଷେପ ନିଆଯାଇଛି।

- Advertisement -

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ‘ମତ୍ସ୍ୟ ପାର୍କ’ କରାଯିବାର ଯୋଜନା କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପାଖାପାଖି ୮୦୦ କୋଟି ଟଙ୍କା ବ୍ୟୟରେ ହୀରାକୁଦ କେନାଲକୁ ବିକଶିତ କରିବା ପାଇଁ ଯୋଜନା ହୋଇଛି। ଧାନ ଚାଷ, ମତ୍ସ୍ୟଚାଷ, ଗୋ ପାଳନ, ଛେଳି ଚାଷ ବିଶେଷ କରି ଗ୍ରାମୀଣ ଜନସାଧାରଣଙ୍କ ପାଇଁ ଖାଦ୍ୟ, ପୋଷଣ ଏବଂ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇ ରହିଛି। ଏ ଦିଗରେ ବିଜେପିର ଡବଲ ଇଞ୍ଜିନ ସରକାର ସବୁ ବର୍ଗର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ଚାଷୀଙ୍କ ଆୟ ବଢିଲେ ପରିବାର ଓ ସମାଜ ଏବଂ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ। ୨୦୩୬ ମସିହା ସୁଦ୍ଧା ମାଛ ଉତ୍ପାଦନରେ ଆମ ରାଜ୍ୟ ୧ ନମ୍ବର ରାଜ୍ୟରେ ପରିଣତ ହେବା ଲକ୍ଷ୍ୟରେ କାମ କରିବାକି ଆହ୍ୱାନ କରିଛନ୍ତି। ସୁଭଦ୍ରା ଯୋଜନାରେ ସରକାରଙ୍କ ଠାରୁ ସହାୟତା ପାଉଥିବା ମହିଳାମାନେ ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ଭଳି ଏହି ସବୁ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ପରାମର୍ଶ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପ୍ରମୁଖ ଉପସ୍ଥିତ ଥିଲେ।

ସୋମବାର ସମ୍ବଲପୁରରେ ଜିଲା ଶ୍ରମ କାର୍ଯ୍ୟାଳୟ ତରଫରୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଅଧୀନରେ ହିତାଧିକାରୀଙ୍କୁ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପ୍ରେକ୍ଷାଳୟ ତପସ୍ବିନୀରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ରାଶି ବାବାଦକୁ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଊର୍ଦ୍ଧ୍ବ୍ୱ ଟଙ୍କା ଏବଂ ୨୦୦ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବିଓସି-ଆଇ କାର୍ଡ୍ ବିତରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ସମ୍ବଲପୁର ଜିଲ୍ଲାର ପ୍ରାୟ ୩୧୨ ଜଣ ଶ୍ରମିକ ହିତାଧିକାରୀ ଲାଭବାନ ହେବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ, ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ବୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜିକରଣ କରାଇବା ପାଇଁ ସମ୍ବଲପୁର ଜିଲାର ଶ୍ରମଜୀବୀ ମାନଙ୍କୁ ପରାମର୍ଶ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅନୁସାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନରେ ନିର୍ମାଣ ସମସ୍ତ ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଶାରୀରିକ ଶ୍ରମ କରୁଥିବା ଶ୍ରମିକ, ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିଯୁକ୍ତ କର୍ମଚାରୀ ନିର୍ମାଣ ଶ୍ରମିକ ଅନ୍ତର୍ଭୃକ୍ତ ଅଟନ୍ତି। ରାଜ୍ୟରେ ପଞ୍ଜିକୃତ ଏହି ନିର୍ମାଣ ଶ୍ରମିକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷାବୃତ୍ତି ସହାୟତା ପାଇଁ ୨୦ ହଜାରରୁ ୪୦ ହଜାର ଟଙ୍କା, ବିବାହ ସହାୟତା ୫୦ ହଜାର ଟଙ୍କା, ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ୩ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୬ ଲକ୍ଷ ଟଙ୍କା ଏବଂ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି। ତେବେ ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ପ୍ରାୟ ୬୨ ହଜାର ଅଛି। ସମ୍ବଲପୁରରେ ନିର୍ମାଣ ଓ ଶିଳ୍ପ ଭିତ୍ତିଭୂମିକୁ ଦେଖିଲେ ଏହି ସଂଖ୍ୟା ଆନୁମାନିକ ୩ ଲକ୍ଷ ହେବା ଦରକାର। ତେବେ ନିର୍ମାଣ ଶ୍ରମିକ ଭାଇ ଭଉଣୀମାନଙ୍କ ସଂଖ୍ୟା ବଢାଇବା ପାଇଁ ଜିଲା ପ୍ରଶାସନ ଯୋଜନାର ସହଯୋଗରେ ସବୁଠି ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ମୋଦୀ ସରକାର ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସେମାନଙ୍କ ସମ୍ମାନ ବଢାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଜିର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାର, ଜିଲା ପ୍ରଶାସନ ତଥା ସମ୍ବଲପୁର ଜିଲା ଶ୍ରମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ପୂର୍ବତନ ବିଧାୟକ ନାଉରି ନାଏକ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ମହାନଗର ନିଗମ କମିଶନର ବେଡ଼ଭୂଷଣ, ଜିଲା ଶ୍ରମ ଅଧିକାରୀ ଶତ୍ରୁଜିତ ସାହୁ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories