www.samajalive.in
Monday, December 8, 2025
24.1 C
Bhubaneswar

ସାମିଙ୍କ ବୟସ ୩୪ ନୁହେଁ ୪୨ !

ନୂଆଦିଲ୍ଲୀ: ମହମ୍ମଦ ସାମି ଭାରତୀୟ କ୍ରିକେଟ୍‌ରେ ଅନ୍ୟତମ ସଫଳ ଫାଷ୍ଟବୋଲର। ସେ ଦଳର ମ୍ୟାଚ୍‌ ବିଜେତା। ହେଲେ ମହମ୍ମଦ ସାମି ତାଙ୍କ ବୟସ ଜାଲିଆତି କରି କ୍ରିକେଟ୍‌ ଖେଳିଛନ୍ତି ବୋଲି ଜଣେ ବ୍ୟକ୍ତି ଦାବି କରିଛନ୍ତି। ପ୍ରମାଣ ସ୍ବରୂପ ଉକ୍ତ ବ୍ୟକ୍ତି ତାଙ୍କ ଟ୍ବିଟର ପୃଷ୍ଠାରେ ସାମିଙ୍କ ଡ୍ରାଇଭିଂ ଲାଇସେନ୍‌ସକୁ ପୋଷ୍ଟ କରିଥିଲେ। ହେଲେ ଟିଟ୍ବର ତା’ର ନିୟମ ଖିଲାପ କରିବା ଅନୁଭବ କରି କିଛି ଘଣ୍ଟା ପରେ ଏହାକୁ ହଟାଇ ଦେଇଥିଲା।
ତେବେ ମହମ୍ମଦ ସାମିଙ୍କ ଡ୍ରାଇଭିଂ ଲାଇସେନ୍‌ସ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ସାମିଙ୍କ ପୈତୃକ ଘର ଥିବା ଉତ୍ତର ପ୍ରଦେଶର ମୋରାଦାବାଦର ଆର୍‌ଟିଓ ୨୦୦୨ରେ ଏହି ଡ୍ରାଇଭିଂ ଲାଇସେନ୍‌ସ ଜାରି କରିଛନ୍ତି। ଏଥିରେ ସାମିଙ୍କ ଫଟୋ ଥିବା ସହ ତାଙ୍କ ପୂରା ନାମ ମହମ୍ମଦ ସାମି ଅହମ୍ମଦ ଓ ପିତାଙ୍କ ନାମ ତୌସିଫ୍‌ ଅମମ୍ମଦ ବୋଲି ଉଲ୍ଲେଖ କରାଯାଇଛି। ଏଥିରେ ସାମିଙ୍କ ଜନ୍ମ ତାରିଖ ୧୯୮୨ ମେ’ ୮ ବୋଲି ଉଲ୍ଲେଖ ରହିଛି। ଯଦି ଏହା ସତ ହୋଇଥାଏଟ୍ଟ ତେବେ ସାମିଙ୍କ ବୟସ ଏବେ ୪୨ ବର୍ଷରୁ ଅଧିକ। ହେଲେ ସାମି ବଙ୍ଗଳା ଦଳ ପାଇଁ ଘରୋଇ କ୍ରିକେଟ୍‌ ଖେଳିବା ବେଳେ ବିସିସିଆଇରେ ତାଙ୍କ ବୟସ ୧୯୯୦ ସେପ୍ଟେମ୍ବର ୩ ବୋଲି ପଞ୍ଜିକୃତ ହୋଇଛି। ଏହା ଅନୁସାରେ ଏବେ ସାମିଙ୍କ ବୟସ ୩୪ ବର୍ଷ। ୨୦୧୦ରେ ବଙ୍ଗଳା ପାଇଁ ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ବେଳେ ତାଙ୍କ ବୟସ ୨୦ ବର୍ଷ ବୋଲି ଦର୍ଶା ଯାଇଥିଲା। ୨୦୧୩ରେ ସାମି ଭାରତ ପାଇଁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଗୋଇଠି ଅସ୍ତ୍ରୋପଚାର ଯୋଗୁଁ ଗତବର୍ଷ ଦିନିକିଆ ବିଶ୍ବକପ୍‌ ଫାଇନାଲ ପରଠାରୁ ସାମି ଭାରତ ପାଇଁ ଖେଳିନାହାନ୍ତି। ନିକଟରେ ବଙ୍ଗଳା ପାଇଁ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ସାମି ଫେରିଛନ୍ତି। ତେବେ ଖେଳିବା ପାଇଁ ସାମି ୧/୨ ନୁହେଁଟ୍ଟ ୮ ବର୍ଷ ବୟସ କମାଇବାକୁ କ୍ରିକେଟ୍‌ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ସାମି ବୟସ ଜାଲିଆତି କରିଛନ୍ତି ବୋଲି କୌଣସି ପ୍ରମାଣ ବିସିସିଆଇ ପାଖରେ ନାହିଁ। ଅନ୍ୟଥା ସେ ବାସନ୍ଦ ହୋଇଥାଆନ୍ତେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories