www.samajalive.in
Tuesday, December 9, 2025
16.1 C
Bhubaneswar

ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍: ରାସ୍ତା ଅବରୋଧ

ପାରାଦୀପ : ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍। ପାରାଦୀପ ଅଠରବାଙ୍କୀ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ମହେନ୍ଦ୍ର ଜେନା ବୋଲି ଜଣାପଡିଛି। ଆଜି ଛାଡଖାଇ ଥିବାବେଳେ ସେ ଭୋର ସମୟରେ ସାଇକେଲ ଯୋଗେ ମାଛ ନେଇ ବଜାରକୁ ବିକ୍ରି କରିବାକୁ ଆସୁଥିଲେ। ରାସ୍ତାରେ ଏକ ଟ୍ରକ୍ ତାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଉତ୍ତ୍ୟକ୍ତ ଲୋକ ଅଠରବାଙ୍କୀ ରାସ୍ତା ଅବରୋଧ କରିଛନ୍ତି। ପରେ ଖବର ପାଇ ପାରାଦୀପ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories