www.samajalive.in
Thursday, December 11, 2025
23.1 C
Bhubaneswar

ଆଦିବାସୀଙ୍କ ଭାଇଚାରାର ପର୍ବ ‘ଧାଙ୍ଗରୀ ଦୋଲା’ ଉଦ୍‍ଯାପିତ

କଲମପୁର : ରବିବାର ଦିନ ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ ଶେଷ ହେଇଥିବା ବେଳେ ସୋମବାର ଆୟୋଜିତ ହେଇଯାଇଛି ‘ଧାଙ୍ଗରୀ ଦୋଲା’ା ପୂର୍ବରୁ ଥିବା ମାନ, ଅଭିମାନ, ହିଂସା ଅହଂକାରକୁ ଭୁଲି ଆଦିବାସୀ କାନ୍ଧକୁ କାନ୍ଧ ମିଳାଇ ଆଦିବାସୀ ଭାଇଭଉଣୀ ମାନେ ନାଚ ଗୀତରେ ମସଗୁଲ ହୁଅନ୍ତି। ଏହି ପର୍ବ ମାଧ୍ୟମରେ ନିଜ ନିଜ ମଧ୍ୟରେ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥାଏ। ଉଭୟ ଯୁବକ ଯୁବତୀ ଆଦିବାସୀ ବାଜାର ତାଳେ ତାଳେ ହାତକୁ ହାତ ଛନ୍ଦି ନାଚିଥାନ୍ତି। ଗାଁ ମୁରବୀଙ୍କ ସମେତ ଅତିଥି ମାନଙ୍କୁ ଏକ ଖଟିଆ ମାଧ୍ୟମରେ ବୋହି ଧରଣୀ ଚର୍ତୁପାର୍ଶ୍ବରେ ନାଚି ଥାନ୍ତି। ଏହି ଖଟିଆକୁ ଦୋଲା କୁହାଯାଉଥିବା ବେଳେ ଯୁବତୀ ମାନେ ନାଚୁଥିବାରୁ ଏହାକୁ ଧାଙ୍ଗରୀ ଦୋଲା ବୋଲି ଅବିହିତ କରାଯାଇଥାଏ।
ପରବ ପଡୁଥିବା ଗ୍ରାମବାସୀ ପରବ ପାଳନ ସହିତ ଏହାର ସଫଳତା କିଭଳି ଶୃଙ୍ଖଳିତ ଭାବେ ସମ୍ପାଦତି ହେବ ସେନେଇ ବର୍ଷ ତମାମ ଏକ ପ୍ରକାର ଚାପରେ ଥାନ୍ତି। ଟୋକିମରା ସମ୍ପାଦିତ ହେବା ପରେ ସମସ୍ତ ଗ୍ରାମବାସୀ ଆନନ୍ଦିତ ହେଇ ଏହି ଧାଙ୍ଗରୀଦୋଲା ପର୍ବକୁ ଉପଭୋଗ କରିଥାନ୍ତି। ଏହାସହ ପୂର୍ବ ଦିନରେ ମଦ ନିଶା ଜନିତ ତୃଟି ଯୋଗୁଁ ଉପୁଜିଥିବା ଅଶାନ୍ତିକୁ ଭୁଲିଯାଇ ନିଜ ନିଜ ମଧ୍ୟରେ ପୂର୍ବର ମଧୁର ସମ୍ପର୍କ ଗଢିବା ଅନ୍ୟ ଗ୍ରାମରୁ ଆସିଥିବା ଅତିଥି ମାନଙ୍କ ନିକଟରେ କାମନା କରିବା ହସ ଖୁସିରେ ନାଚିଥାନ୍ତି।
ଏହି ପର୍ବର ଅନ୍ୟ ଏକ ବିଶେଷତଃ ହେଲା ପୂର୍ବରୁ ମନ ଦିଆ ନିଆ ହେଇଥିବା ଯୁବକ ଯୁବତୀଙ୍କ ମଧ୍ୟରେ କୌଣସି କାରଣରୁ ବିବାହରେ ପ୍ରତିବନ୍ଧକ ଦେଖା ଦେଲେ ଏହି ଦିନ ଯୁବକ ଜଣକ ସମ୍ପୃକ୍ତ ଯୁବତୀ ଜଣକୁ ଟାଣି ନେଇଥାଏ। ଏହାକୁ କନିଆ ଘିଚା (ମେଇଜି ଘିଚା) ବୋଲି କହିଥାନ୍ତି। ପୂର୍ବରୁ ଏହି କନିଆ ଘିଚା ନେଇ କୌଣସି କଟକଣା ନଥିଲା। ବର୍ତମାନ ଶିକ୍ଷାର ପ୍ରଶାର ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉଥିବାରୁ ଏହି ପ୍ରଥା ଏବେ ବିଲୁପ୍ତ ହେଇ ସାରିଲାଣି। ଆଜିର ଏହି ପର୍ବ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହେଇଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories