www.samajalive.in
Monday, December 8, 2025
27.1 C
Bhubaneswar

ଆମ ସମ୍ବିଧାନ

ସମ୍ବିଧାନ ସଭା ଦ୍ୱାରା ଭାରତୀୟ ସମ୍ବିଧାନ ୨୬ ନଭେମ୍ବର, ୧୯୪୯ରେ ପାରିତ ହେବା ପରେ ୨୬ ଜାନୁଆରୀ, ୧୯୫୦ରେ କାର୍ଯ୍ୟକାରୀ ହେଇଥିଲା।

ବାବାସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କୁ ଭାରତର ସମ୍ବିଧାନ ନିର୍ମାତା କୁହାଯାଏ। ସମ୍ବିଧାନର ଡ୍ରାଫ୍ଟିଂ କମିଟିର ସେ ଅଧ୍ୟକ୍ଷ ଥିଲେ। ତାଙ୍କୁ ସମ୍ବିଧାନର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ୨ବର୍ଷ, ୧୧ମାସ ଓ ୧୮ଦିନ ସମୟ ଲାଗିଥିଲା। ତେବେ ସାରା ଦେଶରେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଓ ୨୬ ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ହେଲେ ଆପଣ ଜାଣନ୍ତି କି, ଆମ ସମ୍ବିଧାନର କିଛି ବିଶେଷତ୍ୱ ରହିଛି। ଚାଲନ୍ତୁ ଜାଣିବା ଭାରତୀୟ ସମ୍ବିଧାନର ବିଶେଷତ୍ୱ ଓ ଜଣେ ସାଧାରଣ ବ୍ୟକ୍ତି ଏହାକୁ କିପରି ଜାଣିବ –

- Advertisement -

୧. ସମ୍ବିଧାନରେ ପ୍ରଶାସନ ବା ସରକାରଙ୍କ ଅଧିକାର, ତାଙ୍କ କର୍ତ୍ତବ୍ୟ ଓ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟକୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି।

୨. ଡ୍ରାଫ୍ଟିଂ କମିଟି ସମ୍ବିଧାନକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ହାତରେ ଲେଖିଥିଲେ ଓ ଏଥିରେ କିଛି ଟାଇପିଂ ବା ପ୍ରିଣ୍ଟିଂ ହୋଇ ନଥିଲା।

୩. ଆମ ସମ୍ବିଧାନ ୪୪୮ ଅନୁଛେଦ, ୧୨ ଅନୁସୂଚୀ, ୫ ପରିଶିଷ୍ଟ ଓ ୧୦୦ ସଂଶୋଧନ ସହ ଦୁନିଆର ସବୁଠାରୁ ବଡ଼ ସମ୍ବିଧାନ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories