www.samajalive.in
Wednesday, December 10, 2025
26.1 C
Bhubaneswar

ରାତି ପାହିଲେ ବାଲିଯାତ୍ରା; ଚଳିତ ବର୍ଷ ଖୁବ୍‌ ଖାସ୍‌

ସମାଜ ଡିଜିଟାଲ ଡେସ୍କ: ଆସନ୍ତାକାଲି ଐତିହାସିକ କଟକ ବାଲିଯାତ୍ରା। ଏହା ପୂର୍ବରୁ ପ୍ରସ୍ତୁତି ନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିବେ। ବୋଟ୍ କ୍ଲବଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି। ଏହି ଅବସରରେ ଯୋଗ ଦେବେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ। ଗତବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବାବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ।

ଜିଲାପାଳ ଆହୁରି କହିଛନ୍ତି, ବାଲିଯାତ୍ରା ପଡ଼ିଆରେ ମିଳିବ ବିଦେଶୀ ପିଠା। ବାଲିଯାତ୍ରା ଲାଗି ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ ମାନ୍ୟତା ବା ୟୁନେସ୍କୋ ସାର୍ଟିଫିକେସନ୍ ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି। ଏଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କହିଛି। ଚଳିତବର୍ଷ ଭଳି ଲଗାତାର ୩ ବର୍ଷ ଧରି ଏଭଳି ଶୈଳୀରେ ବାଲିଯାତ୍ରା ଆୟୋଜନ ହେଲେ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସମ୍ଭାବନା ବଢିବ ବୋଲି କହିଛନ୍ତି ଜିଲାପାଳ। ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ୍‌ର ଆକର୍ଷଣ ଯୋଡ଼ାଯାଉଛି। ବାର୍ଲି, ଇଣ୍ଡୋନେସିଆ, ସ୍ଲୋଭାକିଆ ଭଳି ୭ ଦେଶର ସାଂସ୍କୃତିକ ଦଳ ମଧ୍ୟ ବାଲିଯାତ୍ରାକୁ ଆସିବେ। ଏଥର ଅନ୍ୟତମ ଆକର୍ଷଣ ହେଉଛି କଟକ ଇନ୍ କଟକ। ଓଡ଼ିଆ ଅସ୍ମିତା ସହ ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର ସେଠାରେ ସ୍ଥାନ ପାଇଛି। ଏହା ବ୍ୟତୀତ ମହାନଦୀରେ ଲେଜର ଶୋ, ଡ୍ରୋନ ଶୋ ସହ ଜଳକ୍ରୀଡ଼ାର ଭରପୁର ଆନନ୍ଦ ନେଇପାରିବେ ଲୋକେ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories