www.samajalive.in
Monday, December 8, 2025
27.1 C
Bhubaneswar

ମାତ୍ର ୬୦ଟଙ୍କା ଚୋରି : ୨୭ ବର୍ଷ ପରେ ଗିରଫ କଲା ପୁଲିସ୍

ମଦୁରାଇ : ୨୭ ବର୍ଷ ତଳେ ଜଣଙ୍କ ଘରୁ ୬୦ ଟଙ୍କା ଚୋରି କରିଥିବା ବ୍ୟକ୍ତିକୁ ଗିରଫ କରିବାରେ ସକ୍ଷମ ହୋଇଛି ମଦୁରାଇ ପୁଲିସ। ୧୯୯୭ରେ ପି. ସେଲଭମ୍‌ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା। ସେ ଜଣେ ବ୍ୟକ୍ତିଙ୍କ ଘରୁ ୬୦ ଟଙ୍କା ଚୋରି କରିିଥିବା ଅଭିଯୋଗ ଆସିଥିଲା। ତେବେ ସେଲଭମ୍‌ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରିବାକୁ ପୁଲିସ ସକ୍ଷମ ହୋଇପାରିନଥିଲା। କିଛିଦିନ ତଳେ ମଦୁରାଇର ସହକାରୀ ପୁଲିସ ଆୟୁକ୍ତଙ୍କ ନିର୍ଦେଶକ୍ରମେ ଥାନାରେ ପଡ଼ି ରହିଥିବା ମାମଲାର ପୁନଃ ତଦନ୍ତ ଆରମ୍ଭ କରାଯାଇଥିଲା। ୬୦ ଟଙ୍କା ଚୋରି ଘଟଣାରେ ଅଭିଯୁକ୍ତ ସେଲଭମ୍‌ଙ୍କୁ ଗିରଫ କରିବା ନିମନ୍ତେ ଏକ ସ୍ବତନ୍ତ୍ର ଦଳ ପ୍ରସ୍ତୁତ କରାଯାଇଥିଲା। ଏହି ଦଳ ଥେପାକୁଲମ୍‌କୁ ଯାଇ ସେଲଭମ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ସେଲଭମ୍‌ ଶିବକାଶୀରେ ରହୁଥିବା ସୂଚନା ପାଇଁ ସେହି ଦଳ ଶିବକାଶୀ ଯାଇଥିଲା। ଶିବକାଶୀରେ ସେଲଭମ୍‌ ବିବାହ କରି ନିଜ ପରିବାର ସହ ରହୁଥିବା ସ୍ପଷ୍ଟ ହେବା ପରେ ତଦନ୍ତକାରୀ ଦଳ ସେଲଭମ୍‌ ଘରକୁ ଯାଇ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories