www.samajalive.in
Tuesday, December 9, 2025
17.1 C
Bhubaneswar

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ସୁଆଣ୍ଡୋ : ଜେଜେମା’ଙ୍କ ଦଶାହକୁ ଆସି ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାତି ଶୁଭାଶିଷ ମହାନ୍ତି(୨୭)ଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ କମାର ସାହିରେ ନିଜ ମାଆଙ୍କ ସହିତ ଶୁଭାଶିଷ ଜେଜେମା’ଙ୍କ ଦଶାହ କର୍ମରେ ଯୋଗ ଦେବାପାଇଁ ଭୁବନେଶ୍ୱରରୁ ଶୁକ୍ରବାର ଦିନ ଆସିଥିଲେ । ନିକଟସ୍ଥ ପଦ୍ମ ପୋଖରୀ ତୁଠରେ ଚଷମା, ଗାଡି ଚାବି ଓ ଚପଲ ରଖି ପୋଖରୀରେ ଗାଧୋଇବାକୁ ସେ ପଶିଥିଲେ। ତେବେ ପୋଖରୀ ଗଭୀର ଥିବାରୁ ଶୁଭାଶିଷ ବୁଡି ଯାଇଥିଲେ । ଶୁଭାଶିଷ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଜଣାଇବା ସହ ଶୁଭାଶିଷଙ୍କ ମାଆ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ପୋଖରୀରେ ଖୋଜାଖୋଜି କରାଯାଇଥିଲା । କିନ୍ତୁ ସେମାନେ ଶୁଭାଶିଷଙ୍କୁ ପାଇ ନଥିଲେ। ତେବେ ରବିବାର ସକାଳେ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବା ଖବର ପାଇ ପୁଲିସ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories