www.samajalive.in
Tuesday, December 9, 2025
17.1 C
Bhubaneswar

ହଷ୍ଟେଲରେ ଅବ୍ୟବସ୍ଥା, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

ଆଠଗଡ: ଗୋପବନ୍ଧୁ ବିଞାନ କଲେଜର ହଷ୍ଟେଲ ଛାତ୍ରୀ ହଷ୍ଟେଲରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅନ୍ତେବାସୀ ଛାତ୍ରୀ ବାରମ୍ବାର ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇ ନଥିଲା। ଶେଷରେ ଏହାର ପ୍ରତିବାଦରେ ଛାତ୍ରୀମାନେ ମଙ୍ଗଳବାର ଅପରାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଗ୍ରୀଲରେ ତାଲା ପକାଇବା ଭଳି ଘଟଣା ଘଟିଛି। ହଷ୍ଟେଲରେ ଶଯ୍ୟା ପିଛା ଦେୟ ଅଧିକ କରାଯାଇଛି ଏବଂ ଆଜି ସୁଦ୍ଧା ଗତ ୭ ଦିନ ହେବ ହଷ୍ଟେଲରେ ରୋଷେଇ ହେଉ ନଥିଲା ବେଳେ ଛାତ୍ରୀ ମାନେ ବାହାରୁ ଖାଦ୍ୟ ମଗାଇ ଖାଉଛନ୍ତି। ୬୦ ଜଣ ଛାତ୍ରୀଙ୍କ ପାଇଁ ଜଣେ ଓ୍ବାଡେନ ରହିବା କଥା। ହେଲେ ଏଠାରେ ୫୨ ଜଣ ଛାତ୍ରୀଙ୍କ ପାଇଁ ଅଯଥାରେ ୨ ଜଣ ଓ୍ବାଡେନର ଆବଶ୍ୟକତା କଣ ଏବଂ ଏଥିପାଇଁ ଛାତ୍ରୀ ମାନଙ୍କୁ ଅଧିକ ଦେୟ ଦେବାକୁ ପଡୁଛି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେହିପରି ହଷ୍ଟେଲର କର୍ମଚାରୀ ମାନେ ସଠିକ କାର୍ଯ୍ୟ କରୁନଥିଲା ବେଳେ ଏ ବିଷୟରେ ଅଧ୍ୟକ୍ଷଙ୍କୁ ଜଣାଇବାରେ ଜନୈକ ଅଧ୍ୟାପକ ଛାତ୍ରୀମାନଙ୍କୁ ଧମକ ଚମକ ଦେବା ସହ ଅଧିକ ହେଲେ ହଷ୍ଟେଲ ବନ୍ଦ କରି ଦିଆଯିବ ବୋଲି କହିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ବିଭିନ୍ନ ସମୟରେ ଏହି ହଷ୍ଟେଲର ବିବିଧ ସମସ୍ୟା ଲାଗି ରହୁଥିଲେ ମଧ୍ୟ ଏହାର ସମାଧାନ ହେଉନଥିବାରୁ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ବିଷୟରେ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କୁ ଯୋଗାଯୋଗ କରିବାରେ ହଷ୍ଟେଲ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଳହ ଯୋଗୁଁ ଏଭଳି ଘଟଣା ଘଟୁଛି। ଏ ବିଷୟରେ ଛାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଛାତ୍ରୀମାନେ ତାଲା ଖୋଲି ଆନ୍ଦୋଳନରୁ ଓହରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories