ବଡ ଖବର; ମିଳିନଥିଲେ ‘ସୁଭଦ୍ରା’ଟଙ୍କା, ଏମିତି କରନ୍ତୁ ଆବେଦନ, ପାଇବେ ଟଙ୍କା..

ଭୁବନେଶ୍ୱର : ‘ସୁଭଦ୍ରା’ ଟଙ୍କା ନେଇ ବୁଧବାର ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇ ପ୍ରଭାତୀ ପରିଡା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବଇଲ୍‌ ନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କ୍‌ ହୋଇ ପାରିନି । ବ୍ୟାଙ୍କ୍‌ ଆକାଉଣ୍ଟ-ଆଧାର-ମୋବାଇଲ୍‌ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ ।ଯାହାର ଦୁଇ, ତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ୍‌ ନମ୍ବର ଯୋଡନ୍ତୁ । ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । ମାତ୍ର କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ୍‌ ଯିବ । ଅଙ୍ଗନବାଡି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.