www.samajalive.in
Monday, December 8, 2025
14.1 C
Bhubaneswar

ଆପୋଷ ସାମଧାନ ଜରିଆରେ ବନ୍ଦ କରାଯାଇ ପାରିବନି ଯୌନ ଉତ୍ପୀଡ଼ନ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋଷ ସାମଧାନ ହୋଇଗଲେ, ଯୌନ ଉତ୍ପୀଡ଼ନ ମାମଲା ବନ୍ଦ କରାଯାଇପାରିବ ନାହିଁ। ଗୁରୁବାର ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରାଜସ୍ଥାନ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି, ଯେଉଁଥିରେ ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ଶିକ୍ଷକଙ୍କୁ ମୁକ୍ତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଷ୍ଟିସ୍ ସିଟି ରବିକୁମାର ଓ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରାଯାଉଛି। ଏତଲା ଏବଂ ଅପରାଧିକ ପ୍ରକ୍ରିୟା ଆଇନ ଅନୁଯାୟୀ ଆଗକୁ ଜାରି ରଖାଯାଉ। ୨୦୨୩ ମସିହା ଅକ୍ଟୋବର ମାସରେ ରାୟ ସଂରକ୍ଷିତ ରଖାଯାଇଥିଲା। ଏହି ମାମଲାରେ ପ୍ରଶ୍ନ ଉଠିଥିଲା ଯେ, କ’ଣ ହାଇକୋର୍ଟ ଧାରା ୪୮୨ ସିଆରପିସି ଅଧୀନରେ ନିଜ କ୍ଷମତାକୁ ବ୍ୟବହାର କରି ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ହୋଇଥିବା ସାମଧାନ ଆଧାରରେ ଯୌନ ନିର୍ଯାତନା ମାମଲାକୁ ବନ୍ଦ କରିପାରିବେ କି?

- Advertisement -

ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ଏକ ଆବେଦନ କରାଯାଇଥିଲା। ଏଥିରେ ପିତାଙ୍କ ଅଭିଯୋଗ ଆଧାରରେ ଏକ ଏତଲା ଦାୟର ହୋଇଥିଲା। ତେବେ ପରେ ପୀଡ଼ିତାଙ୍କ ପରିବାର ଏବଂ ଅଭିଯୁକ୍ତ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ଏବଂ ଏହାକୁ ଆଧାର କରି ମାମଲା ବନ୍ଦ କରିବାକୁ ଅଭିଯୁକ୍ତ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଅପରାଧିକ ମାମଲାକୁ ବନ୍ଦ କରିଦେଇଥିଲେ। ଏବେ ଯେଉଁ ଆବେଦନ ଉପରେ ରାୟ ଶୁଣାଯାଇଛି, ତାହା ଜଣେ ଅସନ୍ତୁଷ୍ଟ ତୃତୀୟ ପକ୍ଷ ରାମଜୀ ଲାଲ ବୈରୱାଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆପତ୍ତି ଉଠାଯାଇଛି। ମାମଲାର ଶୁଣାଣି ଆରମ୍ଭରେ ସୁପ୍ରିମକୋର୍ଟ କହିଥିଲେ ଯେ, ଅପରାଧିକ ମାମଲାରେ ଅସନ୍ତୁଷ୍ଟ ପକ୍ଷ ଆବେଦନ କରିପାରିବେ ନାହିଁ। ତେବେ ଉଠାଯାଇଥିବା ଏହି ପ୍ରସଙ୍ଗର ଯାଞ୍ଚ କରିବାକୁ ପରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ଏବଂ ନିର୍ଦେଶ ଦେଇଛନ୍ତି ଯେ, ଅଭିଯୁକ୍ତ ଓ ପୀଡ଼ିତାଙ୍କ ପିତାଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଉ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories