www.samajalive.in
Wednesday, December 10, 2025
26.1 C
Bhubaneswar

କୋର୍ଟରେ ମନ୍ତବ୍ୟ ଦେଲା ସଞ୍ଜୟ: କହିଲା-ମୋତେ ମମତା ସରକାର ଫସାଇ ଦେଇଛନ୍ତି

ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରଏ କୋର୍ଟରେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ନିଜର ମନ୍ତବ୍ୟ ରଖିଛି। ଏହି ସମୟରେ ସେ କହିଛି ଯେ, ସେ ସମ୍ପୂର୍ଣ୍ଣ ନିର୍ଦୋଷ। ଘଟଣାରେ ତା’ର ସମ୍ପୃକ୍ତି ନାହିଁ। ତା’କୁ ଫସାଇ ଦିଆଯାଇଛି।

କୋର୍ଟରେ ସଞ୍ଜୟ କହିଥିଲା, ସେ ଦୁଷ୍କର୍ମ ଏବଂ ହତ୍ୟା କରିନାହିଁ। ମମତା ସରକାର ତା’କୁ ଫସାଇ ଦେଇଛନ୍ତି। ତା’କୁ ଚୁପ ରହିବାକୁ ଧମକ ଦିଆଯାଇଛି। ସେ କାମ କରୁଥିବା ବିଭାଗ(କଲକାତା ପୁଲିସ) ତା’କୁ ଧମକ ଦେଇଛି ବୋଲି ସଞ୍ଜୟ କହିଥିଲା।

- Advertisement -

ଆସନ୍ତା ନଭେମ୍ବର ୧୧ରୁ ପ୍ରତିଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ମାମଲାର ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସଞ୍ଜୟ ରଏକୁ ପ୍ରକୃତ ଦୋଷୀ ବୋଲି ଦର୍ଶାଇଛି। ଏହା ସହିତ ମାମଲାକୁ ଗଣଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି। ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନ ସଞ୍ଜୟର ସିମେନ ସହିତ ମେଳ ଖାଉଥିବା ରିପୋର୍ଟରେ କୁହାଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories