www.samajalive.in
Tuesday, December 9, 2025
16.1 C
Bhubaneswar

ଖାଦ୍ୟ ସୁରକ୍ଷା ଯୋଜନା: ନିଜସ୍ବ ପାଣ୍ଠିରୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ଦୀର୍ଘ ୧୧ ବର୍ଷ ହେଲା ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୦ କୋଟି ଲୋକଙ୍କୁ ମାସକୁ ୫ କି.ଗ୍ରା ଚାଉଳ ୨୦୨୮ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା, ଅେନ୍ତ୍ୟାଦୟ ଓ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ବେ କନ୍ଧମାଳ ଜିଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପୁଙ୍କା ଗାଁରେ ୨୦ ଜଣ ଆଦିବାସୀ ପରିବାର ଆମ୍ବ ଟାକୁଆ ଜାଉ କରି ଖାଇବା ଘଟଣା ସରକାରଙ୍କ ବ୍ୟବସ୍ଥା ପ୍ରତି ଚରମ ଉପହାସ ବୋଲି ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ଅଭିଯୋଗ କରିଛନ୍ତି।

ମୃତକ ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ଗୁରୁତରଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ସେହିପରି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଅଭିଯୋଗ କରିଛନ୍ତି ଯେ ୨୩ ବର୍ଷ ପୂର୍ବେ କାଶୀପୁରରେ ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ଘଟଣା ଜାତୀୟସ୍ତରରେ ଖବର ପାଲଟିଥିଲା। ଏତେ ବର୍ଷ ମଧ୍ୟରେ ସେହି ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଅବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ତୁରନ୍ତ ଦରିଦ୍ର ପରିବାରର ପ୍ରତି ବ୍ୟକ୍ତିକୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ରେସନକାର୍ଡ ମାଧ୍ୟମରେ ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories