www.samajalive.in
Monday, December 8, 2025
27.1 C
Bhubaneswar

ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ: ଅପରେସନ ପରେ ଆଖିବୁଜିଲା ନାବାଳକ

ସମାଜ ଡିଜିଟାଲ ଡେସ୍କ: ପାକସ୍ଥଳୀରେ ଥିଲା ବ୍ୟାଟେରି, ଚେନ୍‌, ବ୍ଲେଡ ଓ ସ୍କ୍ରୁ ଭଳି ଅନେକ ଜିନିଷ। ଡାକ୍ତର ଅପରେସନ ଜରିଆରେ ସେସବୁ ବାହାର କରିଦେଲେ ସତ, ହେଲେ ରୋଗୀର ଜୀବନ ବଞ୍ଚିପାରିଲା ନାହିଁ। ଅନ୍ତ୍ରନଳୀ ସଂଗ୍ରମଣ ଯୋଗୁ ୧୪ ବର୍ଷୀୟ ନାବାଳକ ଆଖି ବୁଜିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ହଥରସ ଅଞ୍ଚଳରୁ।

ହଥରସ ଅଞ୍ଚଳର ଆଦିତ୍ୟ ଶର୍ମା ନାମକ ଏହି ଯୁବକ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତା’କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଯାହା ଦେଖିଲେ ତାହା ସେମାନଙ୍କ ବିଶ୍ଵାସ ବାହାରେ ଥିଲା। କାରଣ ପିଲାଟି ପାକସ୍ଥଳୀରେ ବ୍ୟାଟେରି, ଚେନ୍‌, ରେଜର ବ୍ଲେଡ, ସ୍କ୍ରୁ ଭଳି ୬୫ଟି ଜିନିଷ ରହିଥିଲା। ପୂର୍ବରୁ ସେ ଏସବୁ ଜିନିଷ ଗିଳି ଦେଇଥିଲା। ଡାକ୍ତର ଅପରେସନ କରି ସେସବୁ ଜିନିଷ ବାହାର କରିଥିଲେ। କିନ୍ତୁ ଅପରେସନ ପରେ ଅନ୍ତ୍ରନଳୀରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହା ସହିତ ହୃତସ୍ପନ୍ଦନ ହାର ୨୮୦ ପ୍ରତି ମିନିଟ ହୋଇଯାଇଥିଲା। ଯାହାଫଳରେ ଆଦିତ୍ୟଙ୍କର ମୃତ୍ୟୁ ଘଟିଥିଲା। ସେ ତାଙ୍କ ମା’ବାପାଙ୍କର ଏକମାତ୍ର ସନ୍ତାନ ଥିବାବେଳେ ୯ମ ଶ୍ରେଣୀରେ ପଢୁଥିଲେ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories