www.samajalive.in
Thursday, December 11, 2025
23.1 C
Bhubaneswar

ପାକିସ୍ତାନ ଏୟାରଲାଇନ୍ସର ଘରୋଇକରଣ ଉଦ୍ୟମ ବିଫଳ, ମିଳିଲେନି ନିଲାମଧାରୀ

ଇସଲାମାବାଦ: ଋଣଗ୍ରସ୍ତ ପାକିସ୍ତାନ ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ସେଠାକାର ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ବିଫଳ ହୋଇଥିବା ଜଣାପଡ଼ିଛି। ଘରୋଇକରଣ ନିମନ୍ତେ ସରକାରଙ୍କ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ସର୍ବନିମ୍ନ ମୂଲ୍ୟ ୮୫ ବିଲିୟନ ପାକିସ୍ତାନୀ ଟଙ୍କା ରଖାଯାଇଥିବା ବେଳେ ମାତ୍ର ୧୦ ବିଲିୟନ ପାକିସ୍ତାନୀ ଟଙ୍କା (ଭାରତୀୟ ମୁଦ୍ରାରେ ୩୦ କୋଟି ଟଙ୍କା)ରେ ନିଲାମ ନେବାକୁ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।

ଟେଣ୍ଡର ଆହ୍ବାନ ପରେ ଗତ ଜୁନ୍‌ରେ ୬ଟି କମ୍ପାନୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତେବେ ଇସଲାମାବାଦ୍‌ରେ ଆୟୋଜିତ ନିଲାମରେ ଭାଗ ନେବାକୁ କେବଳ ‘ବ୍ଲୁ ୱାଲର୍ଡ ସିଟି’ ନାମକ ଗୋଟିଏ କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ। ଅତିକମ୍‌ରେ ୮୫ ବିଲିୟନ ପାକିସ୍ତାନୀ ଟଙ୍କାରେ ନିଲାମ ନେବାକୁ କମ୍ପାନୀକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ କମ୍ପାନୀ ପ୍ରତିନିଧି ଏଥିରେ ରାଜି ନ ହୋଇ ମାତ୍ର ୧୦ ବିଲିୟନ ପାକିସ୍ତାନୀ ଟଙ୍କା ଦେବାକୁ କହିଥିଲେ। ଏପରି ସ୍ଥିତିରେ ପାକିସ୍ତାନ ଏୟାରଲାଇନ୍ସର ଘରୋଇକରଣ ନେଇ ଅନିଶ୍ଚିତତା ଲାଗି ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories