www.samajalive.in
Monday, December 8, 2025
27.1 C
Bhubaneswar

ବାଲିଯାତ୍ରାରେ ଗାଡି ପାର୍କିଂକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ..

କଟକ: ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା ମାତ୍ର ଉପର ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଆସନ୍ତା ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ। ହାଇକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦ୍ୱନ୍ଦ୍ୱର ସମାଧାନ ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ।
ବ୍ୟବସାୟୀ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ। ଏନଜିଟି ଗାଇଡ଼ଲାଇନ ଅନୁସାରେ ତଳ ପଡିଆର ୩୪ ଏକର ଜମିରେ ଅନୁଷ୍ଠିତ ହେବ ବାଲିଯାତ୍ରା। ଯଦି ହାଇକୋର୍ଟଙ୍କ ନିଷ୍ପତି ବଳବତ୍ତର ରୁହେ ତେବେ ଉପର ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ୬୦୦ରୁ ଅଧିକ ବ୍ୟବସାୟୀ ପକାଉଥିବା ଷ୍ଟଲ କେଉଁଟିକୁ ସ୍ଥାନାନ୍ତର ହେବ ସେନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ୨୪ ଏକର ଜମିରେ ଷ୍ଟଲ ଓ ଅନ୍ୟ ୧୦ ଏକର ଜମିରେ କଟକ ଇନ କଟକରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ତେବେ ଏହି ସୀମିତ ଜମିରେ ୧୩୦୦ରୁ  ଅଧିକ ବ୍ୟବସାୟୀ କିପରି ବ୍ୟବସାୟ କରିବେ ସେନେଇ ମଧ୍ୟ ଚିନ୍ତା ଉପୁଜିଛି। ତେଣୁ କମିଶନରେଟ ପୁଲିସ, ସିଏମସି ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ପରେ ସମାଧାନ ବାଟ ସାମ୍ନାକୁ ଆସିବ ବୋଲି ଭାରପ୍ରାପ୍ତ ଜିଲାପାଳ ଉମାକାନ୍ତ ରାଜ କହିଛନ୍ତି।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

- Advertisement -

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories