www.samajalive.in
Tuesday, December 9, 2025
17.1 C
Bhubaneswar

କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ: ଶନିବାର ରାଶିଫଳ

ମେଷ: ପ୍ରଥିତଯଶା ଓ ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମହାକ୍ରମୋ, ମହାକର୍ମା ଓ ମହାତେଜା ହୋଇପାରନ୍ତି। ବିଦେଶରେ ଥାଇବି ସ୍ବଦେଶ ସେବାରେ ନିଜକୁ ନିୟୋଜିତ କରିବେ।
ବୃଷ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରିପାରନ୍ତି। ସ୍ବାସ୍ଥ୍ୟ ଲାଗି ଆହାର ସୁଧାର ହେବ। ସୁଖୀ ରହିବେ।
ମିଥୁନ: ଆଶାକୁ ଜୀବନ ଆଧାର କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ କରିବାକୁ ହେଲେ କର୍ମଠ ହେବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଲୋକଙ୍କ ପ୍ରଶଂସାର ପାତ୍ର ହେବେ। ସମର୍ପିତ ଜୀବନଯାପନ କରିବେ।

କର୍କଟ:ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବାକ୍‌ ସଂଯମତା ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ସୁସ୍ଥ ଜୀବନ ବିତାଇବେ।
ସିଂହ: ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଆପଣଙ୍କ ସୃଜନଶୀଳତା ଅନୁଗାମୀ ଓ ଅନ୍ତେବାସୀମାନଙ୍କୁ ଦିଗ୍‌ଦର୍ଶନ ହେବ। ଜ୍ଞାନର ଆଲୋକ ବର୍ତ୍ତିକା ଦ୍ବାରା ଅମଡ଼ା ବାଟକୁ ଆଲୋକିତ କରିବେ।

- Advertisement -

କନ୍ୟା:ସ୍ବକର୍ମ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ପାରିବାରିକ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ସତ୍‌ ସହିତ ସୁସମ୍ପର୍କ ଯୋଡ଼ିଲେ ସତ୍‌ସଂଘର ସଫଳ ପ୍ରାପ୍ତ ହେବେ।
ତୁଳା: ଅବସ୍ଥାକୁ ଅନୁଧ୍ୟାନ କରି ବ୍ୟବସ୍ଥା କରିବାକୁ ପଡ଼ିବ। ସ୍ବାଭିମାନୀ ହୋଇପାରନ୍ତି। କଥାବାର୍ତ୍ତାରେ ବାଚାଳତା ଆପଣଙ୍କ ମହତକୁ ନିମ୍ନଗାମୀ କରିପାରେ। ଯୁଗ୍ମ ବ୍ୟବସାୟରେ ଲାଭପ୍ରଦ ହେବ।
ବିଛା: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜନକଲ୍ୟାଣରେ ବ୍ରତୀ ହୋଇଥିବାରୁ ସମ୍ମାନିତ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ସତ୍‌ପରାୟଣଯୁକ୍ତ ହେବେ।
ଧନୁ: ଭ୍ରାତୃତ୍ବର ନିବିଡ଼ ବନ୍ଧନ ଆପଣଙ୍କୁ ଏପରି ସହାୟତା ଦେବ ଯାହା ଫଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଦାନଧର୍ମ, ରାଜଧର୍ମ ଓ ଭାଗବତ ଧର୍ମକୁ ଗ୍ରହଣ କରିବେ।
ମକର: କର୍ମଫଳର ବିଧାନ ଅଟଳ ଓ ଅକାଟ୍ୟ। ଅନ୍ତଃକରଣକୁ ଶୁଦ୍ଧ ରଖନ୍ତୁ; ଦେଖିବେ ଜ୍ଞାନ ଚକ୍ଷୁ ଖୋଲିଯିବ। ରାଜଯୋଗ ଓ ଅତୁଳ ଧନସମ୍ପଦର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ:ଆତ୍ମାର ଅନୁଶୀଳନ କଲେ କୃତକର୍ମର ମହତ୍ବ ଉପଲବ୍ଧ ହେବ। ଶତ୍ରୁ ମୃତ୍ୟୁ ଅପେକ୍ଷା ପରାଜୟ ବରଣ କରିବାକୁ ଶ୍ରେୟ ମଣିବେ। ବିଲୁପ୍ତ ଭାଷା, ସାହିତ୍ୟକୁ ଉଦ୍ଧାର କରି ଚଳନ୍ତି ବିଶ୍ବକୋଷ ହୋଇପାରନ୍ତି।
ମୀନ: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଧର୍ମ ଚିନ୍ତାମଣି ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଭକ୍ତି ଭାବରେ ଅନୁଗୃହୀତ ହୋଇପାରନ୍ତି। ବିଜୟ ଆଶା ଫଳବତୀ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories