www.samajalive.in
Monday, December 8, 2025
27.1 C
Bhubaneswar

ଖାନନଗର ପାର୍କରେ ସ୍ଥାପନ ହେଲା ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି

ଡେସ୍କ: ପୂଣ୍ୟତିଥି ପୂର୍ବରୁ ଖାନନଗର ବୁରୁଜ ପାର୍କରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବିକାଶ ଭବନରେ ଦୀର୍ଘ ଦେଢ଼ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ପ୍ରତିମୂର୍ତ୍ତି ଗତକାଲି ସ୍ଥାପିତ ହୋଇଛି।


ସିଏମସିର ଏକ ପ୍ରତିନିଧି ମଣ୍ଡଳୀ, ବିଧାୟକ ଓ ଭଜନ ସମ୍ରାଟଙ୍କ ପରିବାର ଵର୍ଗଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କରେ ଅବସ୍ଥାପିତ ହୋଇଥିଲା। କିନ୍ତୁ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର୍ଯ ହେବା ଦ୍ବାରା ସଂପୃକ୍ତ ପାର୍କ ଉଛେଦ ହେବା ପରେ,ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ବିକାଶ ଭବନରେ ରଖାଯାଇଥିଲା। ରାସ୍ତାକାମ ଚାଲିଥିବାରୁ ଦୀର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହୋଇ ପାରିନଥିଲା। କିନ୍ତୁ ପାର୍କରେ ସ୍ଥାନ ଚିହ୍ନଟ ହେବା ପରେ ଗତ ମାସରୁ କାମ ଆରମ୍ଭ ହୋଇ ଆଜି ପ୍ରତିମୂର୍ତ୍ତି ସ୍ଥାପନ କରିଛି କଟକ ମହାନଗର ନିଗମ। ଅନ୍ୟପଟେ ଭିକାରୀ ବଳଙ୍କୁ ଉଚିତ ସମ୍ମାନ ମିଳିବା ଦିଗରେ ପରିବାର ବେଶ ଖୁସି ପ୍ରକଟ କରିଛନ୍ତି।

- Advertisement -

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories