www.samajalive.in
Monday, December 8, 2025
17.1 C
Bhubaneswar

‘ବିଶ୍ବ ଅର୍ଥନୀତି ଅଭିବୃଦ୍ଧି ତୁଳନାରେ ଭାରତର ଅର୍ଥନୀତି ସର୍ବଶ୍ରେଷ୍ଠ’

କଟକ: ବିଶ୍ବ ଅର୍ଥନୀତି ଅଭିବୃଦ୍ଧି ତୁଳନାରେ ଭାରତର ଅର୍ଥନୀତି ସର୍ବଶ୍ରେଷ୍ଠ। ୧୯୮୦ ମସିହାରୁ ଭାରତର ଅର୍ଥନୀତି ହାର ଦିନକୁ ଦିନ ବୃଦ୍ଧି ପାଇ ଏବେ ଶ୍ରେଷ୍ଠ ବିବେଚିତ ହୋଇ ଆଗାମୀ ଦିନରେ ଭାରତ ବିକାଶ କ୍ଷେତ୍ରରେ ଆମେରିକାଠାରୁ ଟପିଯିବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ବୁଧବାର ସେଭେନ୍ ପିଲାର ୱିସଡମଠାରେ ଡକ୍ଟର ପ୍ରଫେସର୍ ଡିସି ମିଶ୍ର ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି।

ବିକାଶୋନ୍ମୁଖୀ ଭାରତରେ ଅଭିବୃଦ୍ଧିର ସୁଯୋଗ ଓ ଆହ୍ବାନ ବିଷୟ ବସ୍ତୁକୁ ନେଇ ଏହି ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର ଏହି ସ୍ମାରକୀ ବକ୍ତୃତା ପ୍ରଦାନ କରି ଦେଶର ଅର୍ଥନୀତି ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିକଶିତ ରାଷ୍ଟ୍ର ଆଡ଼କୁ ଗତି କରୁଛି ଏବଂ ଏହି ଭାରତ ଅର୍ଥନୀତି କ୍ଷେତ୍ରରେ ଚୀନଠାରୁ କୌଣସି ଗୁଣରେ କମ୍ ନୁହେଁ। ଗତ ୧୯୮୦ ମସିହାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ବହୁ ଉନ୍ନତି ଘଟିଛି। ଏବେ ଭାରତ ଅର୍ଥନୀତି ଅଭିବୃଦ୍ଧି ସମଗ୍ର ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛି। ସମୟର ପରିବର୍ତ୍ତନ ସାଙ୍ଗକୁ ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ମୁହାଁ ହୋଇଛି। ଏବେ ଭାରତ ବିକଶିତ ଭାରତ ଅଭିମୁଖେ ଯାତ୍ରା କରିଛି। ଅର୍ଥନୀତି ଅଭିବୃଦ୍ଧି ଶକ୍ତିଶାଳୀ ହୋଇ ଆଗାମୀ ଦିନରେ ଦେଶ ଆହୁରି ବିକଶିତ ହୋଇପାରିବ। ବକ୍ତୃତା ଶେଷରେ ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଲୁନା ସାମନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ଧର୍ମବ୍ରତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଡକ୍ଟର ଲିପିଶ୍ରୀ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅର୍ଥନୀତି ବିଭାଗର ପ୍ରଫେସର ମନୋଜ କୁମାର ଦାସ ଡକ୍ଟର ଡିସି ମିଶ୍ରଙ୍କ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଶେଷରେ ଡକ୍ଟର କୀର୍ତ୍ତି ରଞ୍ଜନ ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories