www.samajalive.in
Tuesday, December 9, 2025
16.1 C
Bhubaneswar

ଅବ୍ୟବସ୍ଥା ଘେରରେ ଓଡ଼ିଶାର ସର୍ବବୃହତ କଟକ ପଶୁ ଚିକିତ୍ସାଳୟ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାର ସର୍ବବୃହତ କଟକ ଭେଟନାରୀ ହସ୍ପିଟାଲ ଏବେ ଅବ୍ୟବସ୍ଥା ଘେରରେ ରହିଛି। ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ବୁଧବାର ବକ୍ସି ବଜାରସ୍ଥିତ ଏହି ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ନବ ନିର୍ମିତ ଅଫିସ୍ ବୁଲିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ନବ ନିର୍ମିତ ଅଫିସ୍ କୋଠାରେ ଅଧିକାଂଶ ଘରଗୁଡ଼ିକ ଖାଲି ପଡ଼ିଥିବା ଓ କମ୍ କର୍ମଚାରୀ ଥିବାନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋଫିଆ। ଯେହେତୁ ବର୍ତ୍ତମାନ ମାତ୍ର ୫ ଜଣ କର୍ମଚାରୀରେ କାର୍ଯ୍ୟ ଚାଲିଛି ଓ ବିଶେଷ କରି ଅତ୍ୟାଧୁନିକ ସେବା ଏପର୍ଯ୍ୟନ୍ତ ହୋଇ ପାରିନାହିଁ ତାହାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଅନ୍ୟପଟେ ଷ୍ଟାଫ୍ କମ୍ ଥିବାରୁ ପଶୁମାନଙ୍କୁ ଉଚିତ ମାନର ଚିକିତ୍ସା ମିଳି ପାରୁନାହିଁ। ତେଣୁ ଏହି ସମ୍ବେଦନଶୀଳ ଦିଗ ଉପରେ ସରକାରଙ୍କୁ ଅବଗତ କରାଯଇ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories