www.samajalive.in
Monday, December 8, 2025
24.1 C
Bhubaneswar

ଏସସିବିର ଏମ୍ସପ୍ଲସ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦୋସ

ସମାଜ ଡିଜିଟାଲ ଡେସ୍କ: କଟକ ଏସସିବି ମେଡିକାଲର ନବନିର୍ମାଣ ବା ଏମ୍ସପ୍ଲସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ। ଆସନ୍ତାବର୍ଷ ଡିସେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ବହୁତ ମନ୍ଥର ଗତିର ଚାଲିଛି ବୋଲି କହିଛନ୍ତି ବିଧାୟିକା। ଏପର୍ଯ୍ୟନ୍ତ ମାତ୍ର ୩୦ରୁ ୩୫ ପ୍ରତିଶତ କାର୍ଯ୍ୟ ହିଁ ଶେଷ ହୋଇଛି ବୋଲି କହିବା ସହ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୭୦ ପ୍ରତିଶତ କାର୍ଯ୍ୟ କିପରି ଶେଷ କରାଯିବ ସେ ନେଇ ପ୍ରଶ୍ନ କରିଛନ୍ତି ସୋଫିଆ। ଯଦି ଏହି ନିର୍ମାଣକୁ ଦେଖିବା ତେବେ, ବର୍ତ୍ତମାନ ପାର୍କିଂ ପାଇଁ ମଧ୍ୟ ଜାଗା ସ୍ଥିର ହୋଇନାହିଁ, ଯଦ୍ଵାରା ଏହି ପ୍ରକଳ୍ପ ଆହୁରି ଅଧିକ ସମୟ ନେବ ବୋଲି ଅନୁମାନ କରଯାଉଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ଅଗ୍ରଣୀ ଯୋଜନା ମାନ କରୁଥିଲାବେଳେ ଏସସିବିର କାମ କିପରି ଶୀଘ୍ର ସରିବ ସେ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories