www.samajalive.in
Tuesday, December 9, 2025
17.1 C
Bhubaneswar

କମୁଛି ଇଲେକ୍ଟ୍ରିକ୍ କାର୍ ଚାହିଦା, ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଭାରତୀୟ ଅଟୋ ବଜାରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଗାଡି କମ୍ପାନୀମାନଙ୍କ ତରଫରୁ ଲଗାତର ନୂଆ ନୂଆ ମଡେଲ ଲଞ୍ଚ୍ କରାଯାଉଛି । ଏଥିରେ ହାଇବ୍ରିଡ୍ କାର୍, ପେଟ୍ରୋଲ କାର ଓ ଇଲେକ୍ଟ୍ରିକ୍ କାର ସାମିଲ । ଏହି ନୂଆ ମଡେଲରେ ଲୋକମାନେ ବିଳାସପୂର୍ଣ୍ଣ ଓ ମଜଭୁତ କାରକୁ ଅଧିକ ପସନ୍ଦ କରୁଛନ୍ତି । ଏକ ସର୍ଭେରେ ଏମିତି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେରେ ଲୋକମାନେ କେଉଁଭଳି ଗାଡିକୁ ପସନ୍ଦ କରୁଛନ୍ତି ତା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ସର୍ଭେରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ କହିବାନୁସାରେ ବର୍ତ୍ତମାନ ପ୍ରିମିୟମ୍ ମଡେଲ ତାଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଗାଡି ତୁଳନାରେ ହାଇବ୍ରିଡ୍ ଗାଡିକୁ ପ୍ରାଥମିକତା ଦିଆଯାଉଛି । ଏହି ସର୍ଭେରେ ସମୁଦାୟ ୩୫୦୦ ଲୋକ ସାମିଲ ହୋଇଥିଲେ । ସର୍ଭେ ଅନୁସାରେ ୪୦ ପ୍ରତିଶତ ଉତ୍ତରଦାତା ଏବେ ହାଇବ୍ରିଡ୍ ଗାଡିକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ମାତ୍ର ୧୭ ପ୍ରତିଶତ ଲୋକେ ଇ-କାରକୁ ପସନ୍ଦ କରୁଛନ୍ତି । ୩୪ ପ୍ରତିଶତ ଲୋକେ ଏବେ ବି ପେଟ୍ରୋଲ ଗାଡି ପାଇଁ ରୁଚି ରଖୁଛନ୍ତି । ଏଥିରୁ ଜଣାପଡୁଛି କି ବଜାରରେ ହାଇବ୍ରିଡ୍ ଗାଡିର ଚାହିଦା ବଢୁଛି । ଏହା ମଜଭୁତ ହେବା ସହ ଦେଖିବାକୁ ମଧ୍ୟ ଆକର୍ଷଣୀୟ । ଖାସ୍ କଥା ହେଉଛି କି ହାଇବ୍ରିଡ୍ ଗାଡି ଅଧିକ ମାଇଲେଜ୍ ପ୍ରଦାନ କରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories