www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକର ଦ୍ବିତୀୟ ସୋମବାର: ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କଲେ ୨୦ହଜାର ଶ୍ରଦ୍ଧାଳୁ

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ରେ କାର୍ତ୍ତିକର ୨ୟ ସୋମବାର ରେ ଆଜି ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁ ପ୍ରଭୂଙ୍କୁ ଦର୍ଶନ କରିଛନ୍ତି। ଗତ ୩ଦିନ ଧରି ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ରହିଥିଲା। ଆଜି ପାଗ ଅନୁକୂଳ ହେବା ପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଧବଳେଶ୍ବରଙ୍କୁ ଦର୍ଶନ ପାଇଁ ଆସିଥିଲେ। ଧାଡିରେ ଠିଆ ହୋଇ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୀତିପାଳିଆ ହୃଷିକେଶ ପତ୍ରୀ ପ୍ରଭୂଙ୍କ ପହଡ ଖୋଲି ଧୂପ, ସ୍ନାନ, ମଙ୍ଗଳଆଳତୀ ସଂପନ୍ନ ପରେ ଭୋର ୫ଟାରୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

ପୂର୍ବାହ୍ନ ୧୦ଟାରେ ସିଙ୍କୁଡି ଭୋଗ ,ଧୂପ ,ଆଳତୀ ,ମଧ୍ୟାନ୍ନ ଧୂପ ଓ ସନ୍ଧ୍ୟା ଆଳତୀ କରାଯାଇଥିଲା। ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କୁ ଦର୍ଶନ ପାଇଁ ଶୃଙ୍ଖଳିତ ଭାବେ ଆସିଥିଲେ। ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫୋର୍ସମାନେ ମୁତୟନ ହୋଇଥିଲେ।

- Advertisement -

ପ୍ରଭୁ ଧବଳେଶ୍ୱର ପୀଠରେ କଟକର ସ୍ୱେଚ୍ଛାସେବୀ ସଂଗଠନ ସେବାଶ୍ରୀ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଇଛି। ସଂଗଠନର ସଭାପତି ତାରିଣୀ ପ୍ରସାଦ ମହାପାତ୍ର, ସଂପାଦକ ତୁଷାରକାନ୍ତ ସିଂ, ଉପଦେଷ୍ଟା ସୂର୍ଯ୍ୟଶଙ୍କର ରାୟ, ସାବିତ୍ରୀ ନାୟକ ଓ ରାମରତନ ଶର୍ମାଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ସଂଗଠର ୪୦ ରୁ ଊର୍ଦ୍ଧ୍ବୁ ସଦସ୍ୟ ଓ ସଦସ୍ୟା କଂକ୍ରିଟ ସେତୁ ,ପୀଠର ପୂର୍ବପାଶ୍ୱର୍, ଉତ୍ତର ପାଶ୍ୱର୍ରେ ଥିବା କୁଢକୁଢ ଅଳିଆ ଆବର୍ଜନାକୁ ସଫେଇ କରିଥିଲେ। ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠାନର ସଦସ୍ୟମାନେ ସଫେଇ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରିଥିଲେ।

 

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories