www.samajalive.in
Sunday, December 7, 2025
15.1 C
Bhubaneswar

ଶିମିଳିପାଳ କୋର୍ ଅଞ୍ଚଳକୁ ଗଲା ବାଘୁଣୀ, ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ: ପିସିସିଏଫ୍

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘୁଣୀକୁ ଅଣାଯାଇଛି। ଆଜି ସେହି ବାଘୁଣୀଟିକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡାଯାଇଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ସୂଚନା ମିଳିଛି। ଗତ ଦଶ ବର୍ଷରେ ରାଜ୍ୟରେ ମୋଟ ୫୫ଟି ବାଘଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୨୩ଟି ବାଘଙ୍କୁ ଶିକାରୀ ହତ୍ୟା କରିଛନ୍ତି। ରାଜ୍ୟରେ ବାଘବଂଶ ବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରଦେଶରୁ ବାଘ ଆଣି ରାଜ୍ୟର ଅଭୟାରଣ୍ୟଗୁଡ଼ିକରେ ଛାଡ଼ିବା ପାଇଁ ଯୋଜନା କରିଥିବା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ୨୦୨୪ରେ କରାଯାଇଥିବା ରାଜ୍ୟସ୍ତରୀୟ ବାଘ ଗଣନା ଅନୁଯାୟୀ, ଓଡ଼ିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା। ଶିମିଳିପାଳରେ ୮ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ। ୨୦୧୬-୧୭ରେ ଗୋଟିଏ ବାଲାଙ୍ଗୀର ଜଙ୍ଗଲ ବିଭାଗ, ୨୦୧୭-୧୮ରେ ଗୋଟିଏ ଶିମିଳିପାଳ ଦକ୍ଷିଣ ବିଭାଗ, ୨୦୧୮-୧୯ରେ ଗୋଟିଏ ବରଗଡ଼ ଜଙ୍ଗଲ ବିଭାଗ, ୨୦୧୮-୧୯ରେ ଗୋଟିଏ ସାତକୋଶିଆ, ୨୦୨୨-୨୩ରେ ଏବଂ ୨୦୨୩-୨୪ରେ ଶିମିଳିପାଳ ଦକ୍ଷିଣ ଅଞ୍ଚଳରେ ଦୁଇଟି ବାଘଙ୍କ ମୃତ୍ୟୁ ଘଟିଥିଲା। ୨୦୦୦ ମସିହାରେ ଓଡ଼ିଶାରେ ବାଘ ଗଣନା କରାଯାଇ ନଥିଲା। ୨୦୦୨ରେ କରାଯାଇଥିବା ଗଣନା ଅନୁଯାୟୀ ପଗମାର୍କ ପ୍ରଣାଳୀ ଦ୍ୱାରା ୧୭୩ଟି ରୟାଲ ବେଙ୍ଗଲ ଟାଇଗର ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ୨୦୦୬ରେ ପ୍ରଥମଥର ପାଇଁ କ୍ୟାମେରା ଟ୍ରାପିଂ ପଦ୍ଧତି ବ୍ୟବହାର କରି ଦେଶବ୍ୟାପୀ ବାଘ ଗଣନା କରାଯାଇଥିଲା। ଗଣନା ଅନୁଯାୟୀ ଓଡ଼ିଶାରେ ୪୫ଟି ରୟାଲ ବେଙ୍ଗଲ ବାଘ ଥିବା ଜଣାପଡ଼ିଥିଲା। ଦଶ ବର୍ଷ ମଧ୍ୟରେ ଓଡ଼ିଶା ମଧ୍ୟପ୍ରଦେଶରୁ ଦୁଇଟି ବେଙ୍ଗଲ ଟାଇଗର (୧ ପୁରୁଷ ଏବଂ ୧ ମହିଳା) ଆଣିଥିଲା। ଏହି ସମୟ ମଧ୍ୟରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ବାଘ ସ୍ଥାନାନ୍ତର କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories