www.samajalive.in
Thursday, December 11, 2025
23.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା, ରିୟା ଓ ତାଙ୍କ ପରିବାରକୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ପକ୍ଷରୁ ଯେଉଁ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିଲା, ତାହା ଉପରେ ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହାର ପ୍ରତିବାଦରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ତେବେ ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହାର ଶୁଣାଣି ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିବାବେଳେ ସିବିଆଇକୁ ଭର୍ତ୍ସନା କରିଛନ୍ତି। ଅଭିଯୁକ୍ତମାନେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ବଦନାମ କରିବାକୁ ସିବିଆଇ ଷଡଯନ୍ତ୍ର କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ୨୦୨୦ ଜୁନ ୧୪ରେ ମୁମ୍ବଇ ପୁଲିସ ବାନ୍ଦ୍ରାସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା।

- Advertisement -

ସୁଶାନ୍ତଙ୍କ ପିତାଙ୍କ ଏତଲାକୁ ଆଧାର କରି ପୁଲିସ ରିୟା ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିବାବେଳେ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏମାନେ ସୁଶାନ୍ତଙ୍କୁ ନିଶାସକ୍ତ (ମାଦକଦ୍ରବ୍ୟ ସେବନ) କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା। ୨୦୨୦ରେ ସିବିଆଇ ପକ୍ଷରୁ ରିୟା, ସୌଭିକ୍‌, ସେମାନଙ୍କ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିଲା।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories