www.samajalive.in
Monday, December 8, 2025
17.1 C
Bhubaneswar

ସାଇବର ଠକଙ୍କଠୁ ବର୍ତ୍ତିବେ କେମିତି: ମୋଦୀ ଦେଲେ ୩ ମନ୍ତ୍ର

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣ। ପୂର୍ବାହ୍ନ ୧୧ଟାରେ ରେଡିଓ ମାଧ୍ୟମରେ ନିଜର କଥା କହିଛନ୍ତି ମୋଦୀ। ତେବେ ଚଳିତଥର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବା ସହ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି। ସାଇବର ଫ୍ରଡକୁ ନେଇ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଚେତନ କରିଛନ୍ତି। ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଫ୍ରଡ୍ କଲ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ। କୌଣସି ଏଜେନ୍ସ ଫୋନ କରି ପଚରାଉଚରା କରେନି। ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ। ୨୮ ତାରିଖରେ ବିଶ୍ଵ ଆନିମେସନ୍ ଦିବସ ପାଳନ ହୋଇଥାଏ। ଆନିମେସନ୍ ଏବଂ ଗେମିଂରେ ଭାରତ ବିପ୍ଲବ ପଥରେ ଅଛି। ଭାରତର ଗେମିଂ ସ୍ପେଶ୍ ମଧ୍ୟ ବିସ୍ତାର ହେଉଛି ଏବଂ ଭାରତୀୟ ଖେଳ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ହେଉଛି । ମୁଁ ଅଗ୍ରଣୀ ଖେଳାଳୀଙ୍କୁ ଭେଟିଥିଲି , ସେମାନଙ୍କଠାରୁ ଭାରତୀୟ ଗେମିଂର ସୃଜନଶୀଳତା ଜାଣିବା ଏବଂ ବୁଝିବାର ସୁଯୋଗ ପାଇଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories