www.samajalive.in
Thursday, December 11, 2025
23.1 C
Bhubaneswar

ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି: ସଦ୍ୟ ପ୍ରକାଶିତ ଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ଛାତ୍ରଛାତ୍ରୀଙ୍କୁ ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜି ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ସୁମନ ନାଏକ ଓ ପୂର୍ବତନ ଛାତ୍ରୀ ଡୋଲେଶ୍ୱରୀ ନାଗ। ଏ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏଥିରେ ପରିଚାଳନା ସମିତି, ଆଚାର୍ଯ୍ୟ, ଆଚାର୍ଯ୍ୟା ଏବଂ ଶିଶୁ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ। ଉଭୟ କୃତୀ ଛାତ୍ରଛାତ୍ରୀ ନିଜ ନିଜର ସଂଘର୍ଷମୟ ଜୀବନରେ କିପରି ଭାବରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଲେ ସେ ବିଷୟରେ ଶିଶୁଭାଇ ଭଉଣୀମାନଙ୍କ ଆଗରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ବେହେରା, ସମ୍ପାଦକ ଯୁବରାଜ ମେହେର, ପ୍ରଧାନ ଆଚାର୍ଯ୍ୟ ତେଜରାଜ ସାହୁ, ଶିକ୍ଷାବିତ ରାମଚନ୍ଦ୍ର ସାହୁ, ପରିଚାଳନା କମିଟି ସଭ୍ୟ ନରେନ୍ଦ୍ର ସୁନା, କୈଳାସ ଦୀପ, ବିମଳା ନାଗ, ଅସୀମା ମହାନନ୍ଦ ଏବଂ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories