www.samajalive.in
Friday, December 12, 2025
19.1 C
Bhubaneswar

ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି, ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଲୋକଙ୍କୁ ରଖାଯାଇଛି-ଜିଲାପାଳ

ଭୁବନେଶ୍ୱର: ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ପୁରୀ ଜିଲାର ବର୍ତ୍ତମାନ ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଜଣଙ୍କୁ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ଆଜି ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ ଶ୍ରୀ ସ୍ବାଇଁ ବାତ୍ୟା ର ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ।ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।ଆଶ୍ରୟ ନେଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି। ଜିଲାର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡ ର ଲୋକେ ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲା ଅରେଞ୍ଜରୁ ରେଡ ଯୋନକୁ ଥିବାରୁ ଲୋକମାନେ ଆଶ୍ରୟ ସ୍ଥଳକୁ ଆସିବାକୁ ଲାଗିଛନ୍ତି।

ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି। ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟ ର ତଦାରଖ କରୁଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟାର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି।

- Advertisement -

ଜିଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି କାର୍ଯ୍ୟରେ ସହଯୋଗ । ପରାମର୍ଶ ଦେଇଛନ୍ତି। ଜିଲାରେ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ପ୍ରସବ ଦେବାକୁ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୦୪ ଜଣ ଶିଶୁମାନଙ୍କୁ ପ୍ରସବ ଦେଇ ସାରିଥିବା ବେବେ ୭୪ ଜଣ ଙ୍କୁ ଚିକିତ୍ସାଳୟରେ ରଖାଯାଇଛି। ପକ୍କା ଘର ଥିବା ରୁ ୩୧ ଜଣ ପ୍ରସବ ସମୟ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ରହିଛନ୍ତି।

ଜିଲାରେ ୧୪ ଟି ମେଡ଼ିକାଲ ଟିମ,୧୬ ଟି ପ୍ରାଣୀ ଚିକିତ୍ସା ଟିମ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି।ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏବଂ ଏସପି ବିନୀତ ଅଗ୍ରୱାଲ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories