www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ୟାଙ୍କ ସମୂହ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଗଣଧାରଣା

କେନ୍ଦୁଝରଗଡ଼: ସର୍ବଭାରତୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦୁଝର ଜିଲାର ବିଭିନ୍ନ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ କେନ୍ଦୁଝର ଶାଖାର କର୍ମକର୍ତ୍ତା କାଙ୍ଗାଳି ଚରଣ ନାଏକ ଓ ସରୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ଶତାଧିକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୋଗଦେଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ ବର୍ଦ୍ଧିତ ହାରରେ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ପ୍ରଦାନ ନିୟମାନୁଯାୟୀ ପେନସନ ପ୍ରଦାନ, ସ୍ୱାସ୍ଥ୍ୟ ବୀମା ପ୍ରିମିୟମରୁ ସେବାକର (୧୮ପ୍ରତିଶତ) ପ୍ରତ୍ୟାହାର କରାଯାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଗାଣ, ସ୍ୱତନ୍ତ୍ର ଭତ୍ତାକୁ ଦରମା ସହିତ ମିଶାଇ ପେନସନ ସ୍ଥିର କରାଯିବା, ଭାରତୀୟ ବ୍ୟାଙ୍କ ସଂଘ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ ସହିତ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ସିଧାସଳଖ ଆଲୋଚନା କରାଯାଇ ସମସ୍ୟାର ତୁରନ୍ତ ସମାଧାନ ସହ ଦାବି ସମୂହକୁ ପୁରଣ କରିବାକୁ ଦାବି କରିଛନ୍ତି। ଉପରୋକ୍ତ ମର୍ମରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏକ ପ୍ରତିନିଧିଦଳ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ପଟ୍ଟନାୟକ, ସୁଧୀର ମହାପାତ୍ର, ଯୁଗଳ ପୃଷ୍ଟି, ଯୋଗେନ୍ଦ୍ର ବେହେରା, ବିନୋଦ ବିହାରୀ ସେଠୀ, ଜଗବନ୍ଧୁ ମାଝୀ, ଧନେଶ୍ୱର ମାଝୀ, ବିଶ୍ୱନାଥ ବେଜ, ଭଜମନ ସେଠୀ, ଗୁରୁଚରଣ ନାଏକ, ଜଗବନ୍ଧୁ ସାହୁ, ଦିଗମ୍ବର ମୁଖୀ, ପ୍ରହ୍ଲାଦ ସେଠୀ, ତୁଷାର ପାତ୍ର, ନିଶାକର ନାଏକ, ଶଙ୍ଖାଳି ନାଏକ, ଏମ୍‌‌ଡି ମହସୁଦ୍ଦିନ, ଏମ୍‌‌ଡିମେହରୁଜୁମା, ଏମ୍‌‌ଡି ସୁଲେମାନ ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories