ଅତାବିରା ମିନି ପାର୍କ ଉଦଘାଟିତ

ରେଙ୍ଗାଲଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ୱାର୍ଡ ନଂ-୪ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ନିକଟରେ ନବନିର୍ମିତ ମିନି ପାର୍କ ବୁଧବାର ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ପକ୍ଷରୁ ୧୬ଲକ୍ଷ ୨୧ ହଜାର ୮୧୨ ଟଙ୍କା ବ୍ୟୟରେ ୨୦୨୩-୨୪ରେ ଏହି ପାର୍କ ନିର୍ମିତ ହୋଇଛି। ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ଫିତା କାଟି ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏନଏସି ଉପାଧ୍ୟକ୍ଷା ଅନସୂୟା ବିଶ୍ଵାଳ, ୱାର୍ଡ କାଉନସିଲର ସବିତା ମଲ୍ଲିକ, ଶିବାନନ୍ଦ ତ୍ରିପାଠୀ, ରାଜୀବ କହରା, ପ୍ରମିଳା ପ୍ରଧାନ, ବିଲ୍ଲସ ଜୋନପୁରୀ, ରେଣୁକା ପ୍ରଧାନ, ନାରାୟଣ ସାହୁ, ସୁରେଖା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.