www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟକ୍ତିଙ୍କ ସ୍ବଭାବ ଅନୁଯାୟୀ ଭୋଜନ

ଭୋଜନ ଆମ ଶରୀର ସହ ଜଡିତ ଅଟେ। ଭୋଜନ କରିବା ଦ୍ବାରା ଆମ ଶରୀରକୁ ଶକ୍ତି ମିଳିଥାଏ। ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବଣ୍ଟା ଯାଇଛି। ଗୋଟିଏ ହେଉଛି ସାତ୍ତ୍ବିକ ଭୋଜନ ଓ ଅନ୍ୟଟି ହେଉଛି ତାମସିକ ଭୋଜନ। କୁହାଯାଇଛି ଯେ, ଭୋଜନ ଦ୍ବାରା ଆମ ବ୍ୟବହାର ଉପରେ ପ୍ରଭାବ ପଡିଥାଏ। ତେଣୁ ଏପରି ଭୋଜନ କରିବା ଉଚିତ ଯାହା ମନୁଷ୍ୟର ବ୍ୟବହାରକୁ ଭଲ କରିବ।

ଆସନ୍ତୁ ଜାଣିବା କେଉଁ ସ୍ବଭାବର ବ୍ୟକ୍ତି କେଉଁ ପ୍ରକାରର ଭୋଜନ କରିବା ଉଚିତ ..

- Advertisement -

ଭାବୁକ ସ୍ବଭାବର ବ୍ୟକ୍ତି : କିଛି ବ୍ୟକ୍ତିଙ୍କ ସ୍ବଭାବ ଖୁବ୍ ଭାବୁକ ହୋଇଥାଏ। ଏହି ବ୍ୟକ୍ତିଙ୍କୁ ସର୍ବଦା ମିଠା ଦ୍ରବ୍ୟ ଖାଇବା ଉଚିତ। ନିଜ ଭୋଜନରେ ଗୁଡ, ମିଠା ଓ ରୁଟି ଖାଇବା ଉଚିତ। ଭାବୁକ ସ୍ବଭାବର ବ୍ୟକ୍ତି ବାସୀ ଖାଦ୍ୟ ଖାଇବା ଉଚିତ ନୁହେଁ।

ରାଗି ସ୍ବଭାବର ବ୍ୟକ୍ତି : ଅଧିକତଃ ବ୍ୟକ୍ତି ସାମାନ୍ୟ କଥାରେ ରାଗି ଯାଆନ୍ତି। ଏପରି ବ୍ୟକ୍ତି ପିଆଜ, ରସୁଣ ଓ ଆମିଷ ଦ୍ରବ୍ୟ ଖାଇବା ଅନୁଚିତ।

ଚିନ୍ତାଗ୍ରସ୍ତ ସ୍ବଭାବର ବ୍ୟକ୍ତି : କିଛି ବ୍ୟକ୍ତି ସର୍ବଦା କିଛି କଥା ପାଇଁ ଚିନ୍ତିତ ରହିଥାଆନ୍ତି। ଏହିପରି ବ୍ୟକ୍ତିମାନେ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଉଚିତ।

ଦୁର୍ବଳ ସ୍ବଭାବର ବ୍ୟକ୍ତି : କିଛି ବ୍ୟକ୍ତି ଶାରୀରିକ ରୂପେ ଦୁର୍ବଳ ସ୍ବଭାବର ହୋଇ ଥାଆନ୍ତି। ଏପରି ବ୍ୟକ୍ତି ବେଳେବେଳେ କୌଣସି ରୋଗ ସଂସ୍ପର୍ଶରେ ଶୀଘ୍ର ଆସି ଯାଇଥାଆନ୍ତି। ଏହି ବ୍ୟକ୍ତିମାନେ ସର୍ବଦା ଫଳ ଓ ପନିପରିବା ଖାଇବା ଉଚିତ।

ଖରାପ ସ୍ବଭାବର ବ୍ୟକ୍ତି : କିଛି ବ୍ୟକ୍ତି ଖରାପ ସ୍ବଭାବର ଅଟନ୍ତି। ଏହି ବ୍ୟକ୍ତିମାନେ ଭୋଜନରେ ମାଂସ, ମାଛ, ପିଆଜ ଓ ରସୁଣ ଖାଇବା ବର୍ଜନୀୟ ଅଟେ। ଏପରି କରିବା ଦ୍ବାରା ବ୍ୟକ୍ତିମାନେ ନକରାତ୍ମକ ବିଚାର ଠାରୁ ବର୍ତ୍ତି ରହିଥାଆନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories