www.samajalive.in
Monday, December 8, 2025
27.1 C
Bhubaneswar

ହୀରାକୁଦ ବନ୍ଧର ଭୂକମ୍ପ ନିରୋଧ ଶକ୍ତି ପରୀକ୍ଷା, ସ୍ଥିତି ଅନୁଧ୍ୟାନ କଲେ୬ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ

ବୁର୍ଲା: ହୀରାକୁଦ ବନ୍ଧରେ ଭୂକମ୍ପ ନିରୋଧ ଶକ୍ତି କେତେ ରହିଛି ତାର ପରୀକ୍ଷା କରିବା ପାଇଁ ୬ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଆଜି ହୀରାକୁଦ ବନ୍ଧ ପରିଦର୍ଶନ କରିଛନ୍ତି। ଏହି ଦଳ ହୀରାକୁଦ ବନ୍ଧର ସ୍ଥିତି ଅନୁଧ୍ୟାନ କରି ଏକ ପାଇଲଟ ଷ୍ଟଡି ରିପୋର୍ଟ ସରକାରଙ୍କୁ ଦେବ। ଏହି ରିପୋର୍ଟ ଆଧାରରେ ହୀରାକୁଦର ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରସ୍ତାବ ଦିଆଯିବ। ଏହି ବିଶେଷଜ୍ଞ ଦଳ ଆଜି ଉଭୟ ବୁର୍ଲା ଏବଂ ହୀରାକୁଦ ପାର୍ଶ୍ବ ଗ୍ୟାଲେରିକୁ ଅନୁଧ୍ୟାନ କରିଥିବା ମୁଖ୍ୟ ବନ୍ଧ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ବାଧୀନତା ପରବର୍ତ୍ତୀ ଦେଶର ୫ଟି ପ୍ରମୁଖ ଜଳଭଣ୍ଡାରର ନିରାପତ୍ତା ଓ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଜଳସମ୍ପଦ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ପାଇଲଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦେଶର ପ୍ରଥମ ବହୁମୁଖୀ ଯୋଜନା ହୀରାକୁଦ ବନ୍ଧକୁ ଅଗ୍ରାଧିକାର ଦିଆଯାଇ ପରିସ୍ଥିତି ଅନୁଧ୍ୟାନ ପାଇଁ ଜାତୀୟ ଡ୍ୟାମ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ବାରା ନିଯୁକ୍ତ ଜୟପୁର ଏମ୍ଏନ୍‌ଆଇଟି (ମାଲବ୍ୟ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି) ପ୍ରଫେସରଙ୍କ ନେତୃତ୍ବରେ ଏହି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି।

- Advertisement -

ଦଳରେ ଏମ୍ ଏନ୍‌ଆଇଟିର ପ୍ରଫେସର ଏସ୍.ଡି ଭାରତୀ, ଯଶୱନ୍ତ ଆର୍ଲେକର, ନିଶାନ୍ତ ରାୟ, ଜଗଜ୍ୟୋତି ପଣ୍ଡାଙ୍କ ସମେତ ମାଡ୍ରାସ ଆଇଆଇଟିର ଶୁଭଦୀପ ବାନାର୍ଜୀ, ଭାରତ ସରକାରଙ୍କର ଜଳ ମିଶନରୁ ଜଣେ ଓ ଓଡ଼ିଶା ସରକାରଙ୍କର ଡ୍ୟାମ ସେଫ୍ଟି ଚିଫ୍ ଇଂଜିନିୟର ମଧ୍ୟ ସାମିଲ ଅଛନ୍ତି। ଆଜି ହୀରାକୁଦ ବନ୍ଧର ସାମ୍ପ୍ରତିକ ସ୍ଥିତି ଓ ଭୂକମ୍ପ ନିରାପତ୍ତା ସଂକ୍ରାନ୍ତରେ ଏକ ବୈଠକ ହୋଇଯାଇଥିବା ଜଣାପଡ଼ିଛି। ଜଳଭଣ୍ଡାର ସ୍ଥିତି ଅନୁଧ୍ୟାନ ପରେ ଉକ୍ତ ଦଳ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories