କଳାପଥର : ସୋମବାର ସନ୍ଧ୍ୟାରେ ବାଙ୍କୀ ମହୋତ୍ସବ ଉଦଯାପିତ ହୋଇଛି। ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କତି, ସାହିତ୍ୟ , ସାମାଜିକ ସଂସ୍କାର ଆଦି କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ ଓ ସ୍ୱତନ୍ତ୍ର ବୋଲି କହିଥିଲେ । ବାଙ୍କୀ ମହୋତ୍ସବ ଏହି ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଏହାର ରୁଦ୍ଧିମନ୍ତ, ଐତିହ୍ୟ ଓ ପରମ୍ପରା ସଂପର୍କରେ ଭବିଷ୍ୟତ ପିଢୀକୁ ଅବଗତ କରାଇବାରେ ସହାୟକ ହେବ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଡକ୍ଟର ସତ୍ୟ ରାୟ ଯୋଗଦେଇ କହିଥିଲେ କଳା, ସଂସ୍କୃତି ଓ ପରମ୍ପରା ସହିତ ମଣିଷ ଅଙ୍ଗାଅଙ୍ଗି ଭାବେ ଜଡିତ । ଦୀର୍ଘ ୫ଦିନ ଧରି ଚାଲିଥିବା ଏହି ମହୋତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ ସେ ବାଙ୍କୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ସିନେକଳାକାର ଶ୍ରୀତମ ଦାଶ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ମହୋତ୍ସବ ସଂପାଦକ ଶ୍ରୀନିବାସ ବେହେରା, ବଣିକ ମହାସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୂଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ବାଙ୍କୀ ବ୍ଲକ କଳାପଥର ‘ସମାଜ’ ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କୁ ବାଙ୍କୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.