www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଲାଣି କେନ୍ଦୁଝର

କେନ୍ଦୁଝରଗଡ଼଼: ଆଉ ମାତ୍ର ୧୦ଦିନ ପରେ ଆରମ୍ଭ ହେବ କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା। ଏଥିପାଇଁ ସହରର ୩ ପ୍ରମୁଖ କାଳୀପୂଜା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି। ଅନ୍ଧାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ଜୟ ଆଲୋକର ପର୍ବ ଦୀପାବଳୀ ସମେତ ମା’ କାଳୀଙ୍କ ପୂଜାସୋôବ ପାଇଁ ସଜେଇ ହେଲାଣି କେନ୍ଦୁଝର। ଚଳିତମାସ ୩୧ତାରିଖରୁ ଆରମ୍ଭ ହେବାକୁଥିବା ଏହି ପୂଜାତ୍ସୋବକୁ ଧୂମଧାମରେ ପାଳନ ପାଇଁ ମାଧପୁରସ୍ଥିତ ମା’ଙ୍କ ଶକ୍ତପୀଠ ଠାରୁ ଆରମ୍ଭ କରି ୩ପ୍ରମୁଖ ପୂଜାମଣ୍ଡପ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି। କେନ୍ଦୁଝର ସହରର ମାଧପୁରସ୍ଥିତ ମା’ କାଳୀଙ୍କ ଶକ୍ତିପୀଠକୁ ବାଦ୍‌‌ ଦେଲେ କାଳୀପଡ଼ିଆସ୍ଥିତ କାଳୀତୀର୍ଥ ପୂଜା କମିଟି, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି ଓ କାଶୀପୁର ଶ୍ମଶାନ କାଳୀପୂଜା କମିଟି ଆଦି ପ୍ରମୁଖ ୩ଟି ପୂଜାମଣ୍ଡପରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ମା’ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି।

ରାଜାରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀତୀର୍ଥ ପୂଜାକମିଟି ପକ୍ଷରୁ କାଳୀପଡ଼ିଆରେ ହୋଇଆସୁଥିବା କାଳୀପୂଜା ଚଳିତବର୍ଷ ୮୪ବର୍ଷରେ ପଦାର୍ପଣ କରିଛି। ଏଥିନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କାଳୀପଡ଼ିଆରେ ମୀନାବଜାର ଆୟୋଜନ ସହ ଅପେରା ପ୍ରଦର୍ଶନ ପାଇଁ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଚଳିତମାସ ୧୮ ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରକାଶିତ ଟେଣ୍ଡର ଅନୁଯାୟୀ କାଳୀପଡ଼ିଆରେ ମୀନାବଜାର ଆୟୋଜନ ପାଇଁ ଦିନକୁ ୧ଲକ୍ଷ ୩୫ହଜାର ୩୦୦ଟଙ୍କା ଏବଂ ଅପେରା ପ୍ରଦର୍ଶନ ପାଇଁ ଦିନକୁ ୧୨ହଜାର ୬୫୦ଟଙ୍କା ପ୍ରାଥମିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

- Advertisement -

କାଳୀପଡ଼ିଆରେ ମୀନାବଜାର ଓ ଅପେରା ପ୍ରଦର୍ଶନ ପାଇଁ ବାଣେଶ୍ୱର ମହେଶ ସାଂସ୍କୃତିକ ସଂଘର ସମ୍ପାଦକ ମନୋଜ କୁମାର ମିଶ୍ର ଏବଂ କେନ୍ଦୁଝର ଜିଲା ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ଆବେଦନ କରି ସାରିଥିବା ବେଳେ ଅନ୍ୟ ଯେକୌଣସି ବ୍ୟକ୍ତି କିମ୍ବା ସଂସ୍ଥା ପକ୍ଷରୁ ଆବେଦନ କରିବାକୁ ହେଲେ ଆସନ୍ତା ୨୨ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ବନ୍ଦ ଲଫାଫା ମାଧ୍ୟମରେ ‘ମୀନାବଜାର-୨୦୨୪’ ଏବଂ ‘ଅପେରା ପ୍ରଦର୍ଶନ-୨୦୨୪’ ଉଲ୍ଲେଖ ଥାଇ ଅବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଦିନ ଅର୍ଥାତ୍‌‌ ଅକ୍ଟୋବର ୨୨ ତାରିଖ ଅପରାହ୍ନରେ ଟେଣ୍ଡର ଖୋଲାଯାଇ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶନ ସହ ଅର୍ଥ ଦାଖଲ ପରେ ମୀନାବଜାର ଓ ଅପେରା ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବାଲୁଙ୍କେଶ୍ୱର ମହେଶ ବିଜେ ଟ୍ରଷ୍ଟର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି। ତେବେ ଚଳିତମାସ ୩୧ ତାରିଖରୁ ପୂଜାରମ୍ଭ ହୋଇ ନଭେମ୍ବର ୧୧ରେ ମା’ଙ୍କ ଭସାଣ ଉତ୍ସବ ଧୂମଧାମରେ ହେବ ବୋଲି ଜଣାପଡ଼ିଛି।

ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ଚଳିତବର୍ଷ ୫୬ବର୍ଷରେ ପଦାର୍ପଣ କରିଛି। ରୂପାରେ ନିର୍ମିତ ମା’ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଥିବା ବେଳେ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲଟେରୀ ଉଠାଣ, ମୀନାବଜାର ଓ ଫେସନବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଖାଦ୍ୟମେଳାର ଆୟୋଜନ ପୂଜା ବଜାରକୁ ଅଧିକ ସରଗରମ କରିବ ବୋଲି ପୂଜା କମିଟି କର୍ମକର୍ତ୍ତା ସୁରେଶ ଚନ୍ଦ୍ର ରାଉତ କହିଛନ୍ତି। ଉକ୍ତ କମିଟି ପକ୍ଷରୁ ମଧ୍ୟ ଚଳିତମାସ ୩୧ ତାରିଖରୁ ପୂଜାରମ୍ଭ ହୋଇ ନଭେମ୍ବର ୧୧ ତାରିଖରେ ଭସାଣ ଉତ୍ସବ ବେଶ୍‌‌ ଧୂମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା କମିଟିର ଅନ୍ୟତମ କର୍ମକର୍ତ୍ତା ସତ୍ୟ ନାରାୟଣ ସାହୁ କହିଛନ୍ତି।

କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୭ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପ୍ରସ୍ତୃତି କାର୍ଯ୍ୟ ଆଗେଇ ଚାଲିଛି। ରାଜପ୍ରସାଦର ସୁଦୃଶ୍ୟ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା କାର୍ଯ୍ୟ ଆଗେଇ ଚାଲିଛି। କାଶୀପୁର ଶ୍ମଶାନକାଳୀ ପୂଜା ଭସାଣ ଉତ୍ସବ ନଭେମ୍ବର ୧୦ତାରିଖରେ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସଭାପତି ଅଜୟ କୁମାର ଦାସ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories