www.samajalive.in
Wednesday, December 10, 2025
18.1 C
Bhubaneswar

ଗୋଟିଏ ଏକ୍ସ ଆକାଉଣ୍ଟରୁ ଚଳିତ ସପ୍ତାହରେ ମିଳିଛି ୪୬ଟି ବିମାନ ବୋମା ଧମକ

ଡେସ୍କ: ଭାରତୀୟ ଏୟାରଲାଇନ୍ସଗୁଡ଼ିକ ପାଇଁ ଚଳିତ ସପ୍ତାହରେ ୭୦ଟି ବୋମା ଧମକ ପୋଷ୍ଟ କରାଯାଇଥିବା ବେଳେ ପ୍ରାୟ ୪୬ଟି ଧମକ ଗୋଟିଏ ଏକ୍ସ ଆକାଉଣ୍ଟରୁ ଆସିଥିବା ଜଣାପଡିଛି। ଏକ୍ସ ଆକାଉଣ୍ଟ ‘@adamlanza1111’ଟି ଏକ ବେନାମୀ ଏବଂ ଯାଞ୍ଚ ବିହୀନ ଆକାଉଣ୍ଟ ବୋଲି ଜଣାପଡିଛି। ବୋମା ଧମକ ଯୋଗୁ ଦୁଇ ଦିନ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୪୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରତି ବିପଦ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଏକ୍ସ ହ୍ୟାଣ୍ଡେଲରେ ଶୁକ୍ରବାର ରାତିରେ ୧୨ଟି ଏବଂ ଶନିବାର ୩୪ଟି ଧମକ ଦିଆଯାଇଥିଲା ଏବଂ ୟୁଜର ଆମେରିକୀୟ ଏୟାରଲାଇନ୍ସ, ଜେଟ୍ ବ୍ଲୁ ଏବଂ ଏୟାର ନ୍ୟୁଜିଲାଣ୍ଡ ଭଳି ଅନ୍ତର୍ଜାତୀୟ ବିମାନ କମ୍ପାନୀକୁ ଧମକ ଦେବା ଆରମ୍ଭ କରିଥିଲା। ଶନିବାର ଅପରାହ୍ନ ପର୍ଯ୍ୟନ୍ତ ସକ୍ରିୟ ଥିବା ଏହି ହ୍ୟାଣ୍ଡେଲକୁ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ୱାରା ନିଲମ୍ବିତ କରାଯାଇଛି।

- Advertisement -

ଏଥିରେ ଏୟାର ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ, ଆକାସା ଏୟାର, ଆଲାଏନ୍ସ ଏୟାର, ସ୍ପାଇସ୍ ଜେଟ୍ ଓ ଷ୍ଟାର ଏୟାର ରହିଛି। ଷ୍ଟାର ଏୟାରକୁ ୪ଟି ବିମାନ ପାଇଁ ଧମକ ମିଳିଥିବା ବେଳେ ଅନ୍ୟ ବିମାନକୁ ୫ଟି ଲେଖାଏଁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ସେହି ବାର୍ତ୍ତା ଥିଲା, ‘ଆପଣଙ୍କ ପାଞ୍ଚଟି ବିମାନରେ ବୋମା ଅଛି … କେହି ବଞ୍ଚିବେ ନାହିଁ। ତୁରନ୍ତ ବିମାନକୁ ଖାଲି କରିଦିଅନ୍ତୁ।’

ଧମକ ମିଳିବା ବେଳକୁ କିଛି ବିମାନ ଉଡ଼ାଣ ଭରିଥିବା ବେଳେ ଆଉ କିଛି ବିମାନ ଯାତ୍ରା ଶେଷ କରିସାରିଛି। ସେପଟେ ଶନିବାର ସନ୍ଧ୍ୟାରେ ବେସାମରିକ ବିମାନ ଚଳାଚଳ ନିରାପତ୍ତା ସଂସ୍ଥା ଦିଲ୍ଲୀସ୍ଥିତ ଏହାର ମୁଖ୍ୟାଳୟରେ ଏୟାରଲାଇନ୍ସର ପ୍ରତିନିଧିମାନଙ୍କୁ ଭେଟିଛି।

ବିସିଏଏସ୍ ମୁଖ୍ୟ ଜୁଲ୍ଫିକର ହାସନ ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଏଭଳି ବିପଦର ମୁକାବିଲା ପାଇଁ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories