www.samajalive.in
Friday, December 5, 2025
23.1 C
Bhubaneswar

‘ଖୁସି’ରେ ଅନିୟମିତତା ! କେବଳ ୨ଟି କମ୍ପାନୀଙ୍କୁ ମିଳୁଛି ଟେଣ୍ଡର

ଭୁବନେଶ୍ୱର: କିଶୋରୀଙ୍କୁ ‘ଖୁସି’ ଯୋଜନାରେ ସାନିଟାରି ନାପକିନ୍ ବଣ୍ଟନ ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଜରିଆରେ ସାନିଟାରି ନାପକିନ୍ କିଣା ଯାଉଛି; କିନ୍ତୁ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ନିର୍ଦିଷ୍ଟ ଭାବେ ଦୁଇଟି କମ୍ପାନୀ ପ୍ରାୟ ୫ରୁ ୬ବର୍ଷ ହେଲା ଟେଣ୍ଡର ପାଉଛନ୍ତି। ଅନ୍ୟ ସଂସ୍ଥାଗୁଡିକ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁଥିଲେ ମଧ୍ୟ କେବଳ ସେହି ନିର୍ଦିଷ୍ଟ ଦୁଇଟି ସଂସ୍ଥାକୁ ‌ଟେଣ୍ଡରରେ ମନୋନୟନ କରି ନାପକିନ୍ କିଣା ପାଇଁ କାର୍ଯ୍ୟାଦେଶ ମିଳୁଛି।
ପୂର୍ବ ସରକାର କିଶୋରୀଙ୍କୁ ସାନିଟାରି ନାପକିନ୍ ବଣ୍ଟନ କରିବା ପାଇଁ ଖୁସି ଯୋଜନା ଆଣିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ଔଷଧ ନିଗମ ସାନିଟାରି ନାପକିନ୍ କିଣୁଛି। ଔଷଧ କିଣାରେ ନିଗମ ଦୁର୍ନୀତିରେ ଛନ୍ଦି ହୋଇଥିବା ଅଭିଯୋଗ ଆସୁଥିବା ବେଳେ ଅନୁରୂପ ଭାବେ ଖୁସି ଯୋଜନା ସାନିଟାରି ନାପକିନ୍ କିଣାରେ ମଧ୍ୟ ନିଗମ ବିବାଦ ଘେରକୁ ଆସିଥିବା କୁହାଯାଉଛି। ୨୦୨୪, ଅଗଷ୍ଟ ୮ରେ ଔଷଧ ନିଗମ ସାନିଟାରି ନାପକିନ କିଣିବା ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ଦେଶର ପାଖାପାଖି ୧୨ଟି ନାମୀଦାମୀ କମ୍ପାନୀ ଆବେଦନ କରିଥିଲେ। ଆଲାଡାସା କେମିକାଲ ଉଦ୍ୟୋଗ, ଜିବି ଗ୍ରୁପ୍, ଏଚଏଲଏଲ ଲାଇଫସାଇନ୍ସ, ଏମ.ଡି ହାଇଜାଇନ୍, ମଫତଲାଲ, ଓମ ସରଜିକାଲ୍ସ, ସେଖଣୀ ଇଣ୍ଡଷ୍ଟ୍ରିସ୍‌, ଶ୍ରୀ ରାଧେ, ବୈଦ୍ୟ ଇନଫ୍ରାଷ୍ଟ୍ରକ୍ଚର, ବୈଶାଳୀ ହାଇଜାଇନ୍, ସୁଶୀଲ ୟର୍ଣ୍ଣ, ୟୁନିକ୍ଲିନ୍ ହାଇଜାଇନ୍ ଆଦି କମ୍ପାନୀଗୁଡିକ ଆବେଦନ କରିଥିଲେ। ଏହି ଟେଣ୍ଡରରେ ୧୦ଟି କମ୍ପାନୀ ବାଦ୍ ପଡିଥିବା ବେଳେ ବିଗତ ବର୍ଷଗୁଡିକରେ ଟେଣ୍ଡର ପାଇଥିବା ନିର୍ଦିଷ୍ଟ ଦୁଇଟି କମ୍ପାନୀ ମଫତଲାଲ ଓ ଶ୍ରୀ ରାଧେକୁ ସାନିଟାରି ନାପକିନ୍ କିଣିବା ପାଇଁ ମନୋନୟନ କରାଯାଇଛି। ଏହି ଟେଣ୍ଡରରେ ପାଖାପାଖି ୭୨ କୋଟି ଟଙ୍କାର ସାନିଟାରି ନାପକିନ୍ କିଣାଯିବାକୁ ଥିବାବେଳେ ପ୍ର‌େ‌ତ୍ୟକ କମ୍ପାନୀକୁ ପ୍ରାୟ ୨ କୋଟି ୬୭ ଲକ୍ଷ ଟଙ୍କା ଇଏମଡି ହିସାବରେ ଜମା କରିବାକୁ ପଡିବ; କିନ୍ତୁ ଟେଣ୍ଡରରେ ମନୋନୀତ ଦୁଇ କମ୍ପାନୀ ଏମଏସଏମଇ ଦର୍ଶାଇ ଥିବାରୁ ସେମାନଙ୍କୁ ଇଏମଡି ଟଙ୍କା ଜମା କରିବାକୁ ପଡିବ ନାହିଁ। ସବୁଠୁ ବଡ କଥା ହେଲା ନିଗମରେ ଏହି ନାପକିନ କିଣିବା ପାଇଁ ପ୍ରକ୍ବିୟୋରମେଣ୍ଟ ଡ୍ରଗ୍ସ ଆଣ୍ଡ ସର୍ଜିକାଲ ବିଭାଗ ଥିବାବେଳେ ପୂର୍ବ ସରକାରରେ ଥିବା ଜଣେ ଅଧିକାରୀଙ୍କ ଭାଇ ଯିଏ ଆସିଷ୍ଟାଣ୍ଟ ମ୍ୟାନେଜର ଲଜିଷ୍ଟିକ୍ସରେ ରହିଛନ୍ତି, ତାଙ୍କୁ ଉଭୟ ନାପକିନ୍‌ କିଣା ଓ ଲଜିଷ୍ଟିକ୍ସ ଦାୟିତ୍ବ ଦିଆଯାଇଛି। ପୁଣି ସମ୍ପୃକ୍ତ ଅଧିକାରୀ ନିଯୁକ୍ତି ପାଇବା ପରେ ତାଙ୍କୁ କାର୍ଯ୍ୟରେ ଯୋଗଦାନ କରିବାର ନିର୍ଦିଷ୍ଟ ସମୟ ସୀମା ଶେଷ ହେବା ପରେ ମଧ୍ୟ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁମତି ଦିଆଯାଇଥିଲା। ଏହା କିପରି ସମ୍ଭବ ହେଲା ତାହା ନିଗମ କର୍ମଚାରୀଙ୍କ ମହଲରେ ଆଲୋଚନା ଚାଲିଛି। ତା’ଛଡା ନିଗମରେ ଖୁସି ଯୋଜନା ପାଇଁ ଜଣେ କନସଲଣ୍ଟାଣ୍ଟ ଅଧିକାରୀ ଥିବାବେଳେ ସାଧାରଣ ପରିଚାଳିକା(ମାନବ ସମ୍ବଳ) ତାଙ୍କୁ ଢାଲ କରି ସାନିଟାରି ନାପକିନର ସମସ୍ତ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ମାନବ ସମ୍ବଳ ଅଧିକାରୀ ଜଣଙ୍କ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ନିଗମରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି ବୋଲି ଚର୍ଚ୍ଚା ହେଉଛି। ସାଧାରଣ ପରିଚାଳିକା ଖୁସି ଯୋଜନାରେ କାର୍ଯ୍ୟ ସମ୍ପାଦନ କରିବା ବେଆଇନ, ନିଗମର କିଛି ଅଧିକାରୀ ଏବଂ କର୍ମଚାରୀଙ୍କ ଯୋଗସୂତ୍ରରେ ଦୁଇଟି ନିର୍ଦିଷ୍ଟ କମ୍ପାନୀ ଟେଣ୍ଡର ପାଇ ଆସୁଥିବା ନିଗମରେ ଚର୍ଚ୍ଚା ଚାଲିଛି।
ନିଗମ ପ୍ରତିଷ୍ଠାଠାରୁ କେଉଁ ବର୍ଷ ଔଷଧ କିଣା ଦୁର୍ନୀତିରେ ଛନ୍ଦି ହୋଇ ପଡୁଛି ତ ଆଉ କେତେବେଳେ ନିଯୁକ୍ତିରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିକଟରେ ନିଗମ ୨୨ଟି ପଦ ପୂରଣ ନିମନ୍ତେ ହୋଇଥିବା ଅନିୟମିତତା ଓ ଅର୍ଥ ବିଭାଗର ବିନା ଅନୁମୋଦନରେ ପଦୋନ୍ନତି ନପାଇବା ଅଧିକାରୀଙ୍କ ମୂଳ ବେତନ ବଢ଼ାଇବା ପରି କାର୍ଯ୍ୟରେ ନିଗମ ଛନ୍ଦି ହୋଇ ପଡିଛି। ନିଗମ କିଛି ମୁଷ୍ଟିମେୟ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ମନ୍ତ୍ରୀ, ସଚିବ, ନିଗମ ପରିଚାଳନା ନିର୍ଦେଶିକା ନିରବ ରହିବାରୁ ମୁନାଫାଖୋର ଅଧିକାରୀଙ୍କ ଦୁର୍ନୀତି ବଢ଼ି ଚାଲିଛି। ଏସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ବାସ୍ଥ୍ୟ ସଚିବ ଅଶ୍ବଥ୍ୟ ଏସ ଏବଂ ନିଗମ ପରିଚାଳନା ନିର୍ଦେଶକ ପୋମା ଟୁଡୁଙ୍କ ଟେଲିଫୋନ ଦ୍ବାରା ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ହେଲେ ପ୍ରତିକ୍ରିୟା ରଖିଲେ ନାହିଁ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories